ରାଜଧାନୀ ରାଜରାସ୍ତାରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର:(ରାଜ୍ୟକାହାଣୀ)ଆଜି ଦିନ ପ୍ରାୟ ୧୨ଟା ବେଳେ ହଠାତ୍ ସିଆରପି ଛକ ରାସ୍ତାମଝିରେ ଓଡି-୦୨-ବିଏନ-୧୨୩୧ ନମ୍ବର ବିଶିଷ୍ଟ ପିକଅପ ଭ୍ୟାନ୍ ଅଟକିଥିଲା । ହଠାତ ଗାଡି ଭିତରେ ଥିବା ଦୁଇ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ମାଡବସି ମାରଣାସ୍ତ୍ରରେ ଭୁଷି ଚାଲିଥିଲେ । ପରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ତାପରେ ସେଠାରେ କିଛି ଲୋକ ଘେରିଯାଇ ଆକ୍ରମଣକାରୀଙ୍କୁ ଜୋରକରି ଉଭୟଙ୍କୁ ଟାଣିନେଇ ପ୍ରବଳ ଆକ୍ରମଣ କରିଥିଲେ ।

ସେପଟେ ଏହି ମାମଲାରେ ରହସ୍ୟ ଉନ୍ମୋଚନ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସିପି କହିଛନ୍ତି ଯେ, ମୃତ ଟୁକୁନା ନାଁରେ ପୂର୍ବରୁ ୨ଟି ମାମଲା ଅଛି। ସେ ଜାମିନରେ ଥିଲା। ଆଜି ଟୁକୁନା ଦୁଇ ଭାଇ ସାଗର, ସୁଧୀରଙ୍କୁ ଆକ୍ରମଣ କରିଥିଲା। ଦୁଇ ଭାଇ ତାକୁ କାବୁ କରି ଗାଡ଼ିରେ ଧରି ଥାନାକୁ ଆଣି ଆସୁଥିଲେ।ରାସ୍ତାରେ ଆସିବା ବେଳେ ଟୁକୁନା ଛୁରିରେ ଆକ୍ରମଣ କରିଥିଲା। ବଡ଼ ଭାଇକୁ ଛୁରିରେ ଭୁସି ଦେବାରୁ ପ୍ରତି ଆକ୍ରମଣ ହୋଇଥିଲା।
ଆତ୍ମରକ୍ଷା ପାଇଁ ଟୁକୁନାକୁ ସେହି ଛୁରିରେ ଆକ୍ରମଣ କରିଥିଲେ ଉଭୟ। ଖବର ପାଇ ତୁରନ୍ତ ପିସିଆର୍ ଭ୍ୟାନ୍ ପହଞ୍ଚି ଟୁକୁନାକୁ ଉଦ୍ଧାର କରିଥିଲା। ତେବେ ସ୍ଥାନୀୟ ଲୋକେ ଦୁଇ ଭାଇଙ୍କୁ ଭିଡ଼ି ଆକ୍ରମଣ କରିଥିଲେ। ଘଟଣାକୁ ନେଇ ପୁଲିସ ୩ଟି ମାମଲା ରୁଜୁ କରିଛି।

ସୂଚନା ଅନୁସାରେ, ସାଲିଆସାହି ବସ୍ତିରେ ରହୁଥିବା ୩ ଯୁବକଙ୍କ ଭିତରେ ପୂର୍ବରୁ ଶତ୍ରୁତା ରହିଥିଲା । ଅଭିଯୁକ୍ତର ସମ୍ପର୍କୀୟଙ୍କ ସହିତ ମୃତ ଯୁବକଙ୍କ ପ୍ରେମ ଓ ବ୍ଲାକମେଲିଂ ଘଟଣା ଏହି ମର୍ଡର ପଛର ମୁଖ୍ୟ କାରଣ ବୋଲି କହିଛନ୍ତି ମୃତ ବ୍ୟକ୍ତିଙ୍କ ବନ୍ଧୁ ।

Leave A Reply

Your email address will not be published.

two × two =