ମୁଖ୍ୟମନ୍ତ୍ରୀ ନେଲେ କରୋନା ଟୀକା

ଭୁବନେଶ୍ୱର:(ରାଜ୍ୟକାହାଣୀ) ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ଥିବା ଡିସପେନସେରିରେ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ସକାଳ ପ୍ରାୟ ୧୦ଟା ୪୫ ମିନିଟ ସମୟରେ ନବୀନ ନିବାସରୁ ବାହାରି ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଞ୍ଚି ପ୍ରଥମେ କରୋନା ଟିକା ନେଇଥିଲେ । ଏହାପରେ ଅନ୍ୟ ବିଧାୟକମାନେ ଟିକା ନେବେ ବୋଲି ଜଣାଯାଇଛି । ଟିକା ନେବା ପରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ଟିକାର ପ୍ରଥମ ଡୋଜ୍ ନେଇ ମୁଁ ବହୁତ ଖୁସି । ବୈଜ୍ଞାନିକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଖୁବଶୀଘ୍ର ଟିକା ପ୍ରସ୍ତୁତ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.