ନାଗେଶ ଟ୍ରଫି : କର୍ଣ୍ଣାଟକକୁ ହରାଇ ଓଡିଶା ଫାଇନାଲରେ

ଭୁବନେଶ୍ୱର :(ରାଜ୍ୟକାହାଣୀ) ବାଙ୍ଗାଲୁରୁ ଠାରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ କ୍ରିକେଟ T20 ଟୁର୍ନାମେଣ୍ଟରେ ସୋମବାର ଦିନ ଅଲଟର କ୍ରିକେଟ ଗ୍ରାଉଣ୍ଡ ରେ ଖେଳା ଯାଇଥିବା ସେମିଫାଇନାଲ ମ୍ୟାଚ ରେ କର୍ଣ୍ଣାଟକକୁ 42 ରନରେ ହରାଇ ଓଡିଶା ଫାଇନାଲରେ ପ୍ରବେଶ କରିଛି ।
ନାଗେଶ ଟ୍ରଫିର ୧ମ ସଂସ୍କରଣରେ ଅନ୍ଦ୍ରାପଦେଶକୁ ହରାଇ ଓଡିଶା ଚମ୍ପିୟାନ ହୋଇଥିବା ବେଳେ, ଆସନ୍ତା କାଲି ପୁନର୍ବାର ଓଡିଶା ନାଗେଶ ଟ୍ରଫିର ତୃତୀୟ ସଂସ୍କରଣରେ ଆନ୍ଦ୍ରପ୍ରଦେଶକୁ ଫାଇନାଲ୍ ରେ ଭେଟିବ ।
ସୋମବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଓଡିଶା କର୍ଣ୍ଣାଟକକୁ ଭେଟିଥିଲା । ଓଡିଶା ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ 20 ଓଭରରେ 224 / 3 l ଓଡିଶା ପକ୍ଷରୁ ପଙ୍କଜ ଭୂଏ ଓ ନକୁଳ ବଡ଼ ନାୟକ ଓପେନିଙ୍ଗ କରିଥିଲେ ।
ପଙ୍କଜ ଭୂଏ ବିସ୍ଫୋରକ 88/54 ରନ, ସୁଖରାମ ମାଝୀ 87/47 ରନ(ନଟ ଆଉଟ ), ଓପେନେର ନକୁଳ ବଡ଼ନାୟକ 15/14, କ୍ୟାପଟେନ ଜାଫର ଇକବlଲ 2/6 ଏବଂ ଲାଲ ପ୍ରସାଦ ସୋରେନ 1/1 ( ନଟ ଆଉଟ ) ।
କର୍ଣ୍ଣାଟକ ପକ୍ଷରୁ ଲୋକେଶ, ଉମେଶ ଓ କ୍ୟାପଟେନ ସୁନୀଲ ଗୋଟିଏ ଲେଖାଏ wicket ନେଇଥିଲେ । ଜବାବରେ – କର୍ଣ୍ଣାଟକ ନିର୍ଦ୍ଧାରିତ 20 ଓଭରରେ 182 /3 କରିବାକୁ ସକ୍ଷମ ହୋଇଥିଲେ ।
ଏହାଦ୍ୱାରା ଓଡିଶା ଏହି ମ୍ୟାଚଟିକୁ 47 ରନରେ ଜିତି ଫାଇନାଲରେ ପ୍ରବେଶ କରିଛି । କର୍ଣ୍ଣାଟକର ଉପ -ଅଧିନାୟକଙ୍କ ଶତକୀୟ ପାରି କର୍ଣ୍ଣାଟକକୁ ଜିତାଇବାରେ ସକ୍ଷମ ହୋଇପାରିନଥିଲା । ପ୍ରକାଶ 105/65 , ସୁନୀଲ 24 /22, ଉମେଶ 17/20, ଲୋକେଶ 13/11 ରନ କରିଥିଲେ । ଓଡିଶା ପକ୍ଷରୁ ପଙ୍କଜ ଭୂଏ ଓ ତପନ ଗୌଡ଼ ଗୋଟିଏ ଲେଖାଏଁ wicket ନେଇଥିଲେ । ପଙ୍କଜ ଭୂଏ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ମଙ୍ଗଳବାର ତା 16/2/21 ରିଖ ଦିନ ଦିବା 11 ଘଟିକାରେ ଫାଇନାଲ ମ୍ୟାଚରେ ଓଡିଶା ଆନ୍ଦ୍ରପ୍ରଦେଶକୁ ଭେଟିବ । ଏହି ମ୍ୟାଚ ପ୍ରସାର ଭାରତୀ ( DD sports ) ରେ ସିଧା ପ୍ରସାରଣ ହେବ ।

Leave A Reply

Your email address will not be published.