ବନ୍ଦକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ ମିଳିଛି:ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର :(ରାଜ୍ୟକାହାଣୀ) ତୈଳ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ ପାଳନ କରୁଛି ରାଜ୍ୟ କଂଗ୍ରେସ । ସାରା ରାଜ୍ୟରେ ଏହାର ପ୍ରଭାବ ଅନୁଭୂତ ହୋଇଛି । ବନ୍ଦକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ ମିଳିଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ତୈଳ ଦର ସାଧାରଣ ଲୋକଙ୍କୁ ବହୁତ ବାଧିଛି । ଦର ହ୍ରାସ ପାଇଁ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାନ୍ତୁ । ରାଜ୍ୟ ସରକାର ୧୦ଟଙ୍କା କମ୍ କରନ୍ତୁ ଦାମ୍ । ବନ୍ଦ ପାଳନ ବେଳେ କୌଣସି ସ୍ଥାନରେ ହିଂସାକାଣ୍ଡ ଘଟିଥିଲେ ଦୁଃଖ ପ୍ରକାଶ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ତୈଳ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ତଥା ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୭ଟାରୁ ଏହି ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ଏହା ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ।

ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। କଂଗ୍ରେସ କର୍ମୀମାନେ ପିକେଟିଂ କରି ଦୋକାନ ବଜାର ଓ ଗାଡ଼ି ଚଳାଚଳକୁ ବନ୍ଦ ରଖିଛନ୍ତି।

Leave A Reply

Your email address will not be published.