କାଲି ସକାଳ ୬ରୁ ଦିନ ୧ଟା ଯାଏଁ ଓଡିଶା ବନ୍ଦ

ଭୁବନେଶ୍ୱର:(ରାଜ୍ୟକାହାଣୀ) ତେଲଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଆସନ୍ତାକାଲି ସକାଳ ୬ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ହେବ। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଏହି ବନ୍ଦ ପାଳନ ହେବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି । ତେବେ ଏହି ସମୟରେ ପେଟ୍ରୋଲ ପମ୍ପ, ଘରୋଇ ବସ,
ସମସ୍ତ ଶିକ୍ଷାନୁଷ୍ଠାନ,ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିବ। ସେହିପରି ଔଷଧ ଦୋକାନଓ ସ୍ୱାସ୍ଥ୍ୟସେବା ଜାରି ରହିବ। ଆମ୍ବୁଲାନ୍ସ ଏବଂ ଦୁଗ୍ଧ ଗାଡି ବନ୍ଦରୁ ବାଦ ରହିଥିବା ବେଳେ ବାହାଘର ଓ ଅନ୍ତିମ ସଂସ୍କାର ଗାଡିକୁ ଆନ୍ଦୋଳନବେଳେ ଛଡ଼ାଯିବ ବୋଲି କଂଗ୍ରେସ କହିଛି । ଏହାସହ ସମସ୍ତ ଜରୁରୀକାଳୀନ ସେବା ବନ୍ଦ ପାଳନରୁ ବାଦ ଦିଆଯାଇଛି ।

Leave A Reply

Your email address will not be published.