ନାଗେଶ ଟ୍ରଫି : ହରିଆଣାକୁ ୪୭ ରନ୍ ରେ ହରାଇଲା ଓଡ଼ିଶା

ଭୁବନେଶ୍ୱର :(ରାଜ୍ୟକାହାଣୀ) ବେଙ୍ଗାଳୁରୁ ଠାରେ ଖେଳାଯାଉଥିବା ନାଗେଶ ଟ୍ରଫି ଜାତୀୟ ଟି୨୦ ଦୃଷ୍ଟି ବାଧିତ କ୍ରିକେଟ ତୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣରେ ଆଜି ଓଡ଼ିଶା ହରିଆଣାକୁ ଭେଟିଥିଲା। ଏହି ଜାତୀୟ ପ୍ରତିଯୋଗିତାରେ ସାରା ଦେଶରୁ ୨୪ ଗୋଟି ଦକ ଭାଗ ନେଇଛନ୍ତି। ଦଳ ଗୁଡ଼ିକୁ୪ ଗୃପରେ ବିଭକ୍ତ କରାଯାଇଛି। ଓଡ଼ିଶା ଏ ଗୃପରେ ସ୍ଥାନ ପାଇଥିଲା। ଓଡ଼ିଶା ଟିମ୍ ଲିଗ୍ ପର‌୍ୟ୍ୟାୟ ର ଅନ୍ତିମ ମ୍ୟାଚ୍ ହରିୟାଣା ବିପକ୍ଷରେ ୪୭ ରନ୍ ରେ ଜିତିନେଇଛି। ଗୃପର ୨ୟ ସ୍ଥାନରେ ରହିଥିବା ଓଡ଼ିଶା ଦଳ ପୂର୍ବରୁ କ୍ୱାଟର୍ ଫାଇନାଲରେ ନିଜର ସ୍ଥାନ ପକ୍କା କରିସାରିଛି।

ଶୁକ୍ରବାର ବେଙ୍ଗାଲୁରୁ ସ୍ଥିତ ସଚୀନ୍ ତେନ୍ଦୁଲକର ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍ ରେ,ଓଡ଼ିଶା ଦଳର ଅଧିନାୟକ ମହମଦ୍ ଜାଫର ଇକବାଲ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ଦଳ ନିର୍ଧାରିତ ୨୦ ଓଭରରେ ୧୯୨/୧୦ ରନ୍ କରିଥିବା। ସୁଖରାମ ମାଝି-୬୮/୪୬,ଲାଲ୍ ପ୍ରସାଦ ସୋରେନ ୫୧/୩୧ ଓ ଜାଫର ଇକବାଲ୍ ୨୬/୩୪ ରନ୍ କରିଥିଲେ।

ସେହିପରି ହରିୟାଣା ର ଦୀପକ ମଲ୍ଲିକ ୪ଟି, ରାମବିର ଶିଙ୍ଗ, ବିନୀତ କୁମାର ଏବଂ ପ୍ରବୀଣ କୁମାର ଗୋଟିଏ ଲେଖା ଉଇକେଟ ନେଇଥିଲେ। ଜବାବରେ ହରିୟାଣା ୧୪୫/୯ ରନ୍ କରିପାରିଥିଲା। ଫଳ ସ୍ୱରୂପ ଓଡ଼ିଶା ଦଳ ଏହି ମ୍ୟାଚ୍ କୁ ୪୭ ରନ୍ ରେ ଜିତିଥିଲେ।
ଓଡ଼ିଶାର ନକୁଳ ବଡନାୟକ ୪ଟି ସୁଖରାମ ମାଝି ୩ଟି ଏବଂ ଜାଫର ଇକବାଲ୍ ୧ଟି ଉଇକେଟ ନେଇଥିଲେ। ସୁଖରାମ ମାଝୀଙ୍କୁ ପୁନଃ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା। ଆସନ୍ତା ୧୪ ତାରିଖରେ ଖେଳାଯିବାକୁଥିବା କ୍ୱାଟର୍ ଫାଇନାଲ୍ ମ୍ୟାଚ୍ ରେ ଓଡ଼ିଶା ପଡ଼ୋଶୀ ଝାଡ଼ଖଣ୍ଡକୁ ଭେଟିବ।

Leave A Reply

Your email address will not be published.

19 − 16 =