ସ୍ଥଳସେନା ଉପମୁଖ୍ୟ ଭାବେ ଦାୟିତ୍ୱ ନେଲେ ଲେଫଟନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ

ଭୁବନେଶ୍ୱର :(ରାଜ୍ୟକାହାଣୀ) ଲେଫଟନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତି ଆଜି ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଷ୍ଟ୍ରୀୟ ଇଣ୍ଡିଆନ୍ ମିଲିଟାରି କଲେଜ୍‌, ଡେରାଡୁନ୍‌, ନ୍ୟାସନାଲ୍ ଡିଫେନ୍‌ସ ଏକାଡେମି, ଖଡକୱାସଲା ଏବଂ ଇଣ୍ଡିଆନ୍ ମିଲିଟାରି ଏକାଡେମି, ଡେରାଡୁନରୁ ସଫଳତା ପୂର୍ବକ ନିଜର ଶିକ୍ଷା ଓ ତାଲିମ ଶେଷ କଲାପରେ ଲେଫଟନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ୧୨ଜୁନ୍ ୧୯୮୨ରେ ରାଜପୁତ ରେଜିମେଣ୍ଟରେ ନିଯୁକ୍ତ କରାଯାଇଥିଲା।

ନିଜର ଦୀର୍ଘ ଚାରି ଦଶନ୍ଧିର କାର‌୍ୟ୍ୟକାଳ ମଧ୍ୟରେ ଭାରତୀୟ ସ୍ଥଳସେନାର ଜଣେ ଦକ୍ଷ ଜେନେରାଲ୍ ଭାବେ ଅତ୍ୟନ୍ତ ଦାୟିତ୍ୱ ସଂପନ୍ନ ଭାବେ ଦାୟିତ୍ୱ ତୁଲାଇବା ସହ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ନିରନ୍ତର ଭାବେ କାର‌୍ୟ୍ୟ କରି ଆସିଥିଲେ।

Leave A Reply

Your email address will not be published.

one × four =