ଆସନ୍ତାକାଲି ଜେନ୍ଦ୍ର ବଜେଟ: ଫୋକସରେ କୃଷି ଓ ରୋଜଗାର

ଭୁବନେଶ୍ୱର:(ଅଶୋକ ସାହୁ) ଆସନ୍ତାକାଲି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ଜେନ୍ଦ୍ର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । ତୃତୀୟ ଥର ପାଇଁ ନିର୍ମଳା କାଲି ଦିନ ୧୧ଟାରେ ସଂସଦରେ ଉପସ୍ଥାପନ କରିବେ ମହାମାରୀ କରୋନା ପରେ ପ୍ରଥମ ବଜେଟ। ତେଣୁ ନିର୍ମଳାଙ୍କ ଏହି ଉପସ୍ଥାପନା ଉପରେ ସମସ୍ତଙ୍କ ନଜର ରହିଛି । କରୋନା ମହାମାରୀ ପାଇଁ ଉଭୟ ଜୀବନ ଜୀବିକା ପ୍ରଭାବିତ ହୋଇଥିବା କାରଣରୁ ଅର୍ଥନୀତିକୁ ମଜବୁତ କରିବା ସହିତ ଲୋକଙ୍କୁ ରିହାତି ଦେବାଲାଗି ଅର୍ଥମନ୍ତ୍ରୀ ପଦକ୍ଷେପ ନେବା ସମ୍ଭାବନା ରହିଛି ।

ତେବେ ଆସନ୍ତାକାଲି ଉପସ୍ଥାପନା ହେବାକୁ ଥିବା ବଜେଟରେ କିଛି ସ୍ୱତନ୍ତ୍ର କ୍ଷେତ୍ର ଫୋକସରେ ରହିପାରେ । ଏଥିରେ କରୋନା ଲକଡାଉନ ପରେ ରୋଜଗାର ପାଇଁ ଅବସର ସୃଷ୍ଟି କରିବାକୁ ହେବ । ରୋଜଗାର ସୃଷ୍ଟି ପାଇଁ ସ୍ମାର୍ଟ ସିଟି, ମେଟ୍ରୋ ଓ ଆବାସ ଯୋଜନା ପ୍ରାଥମିକତା, ଆର୍ଥିକ ଗତିବିଧି ବଢାଇବାକୁ ଏହିସବୁ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ଜରୁରୀ ବୋଲି ଆଶା କରିଛନ୍ତି ବିଶେଷଜ୍ଞ । ଏହାସହ ଏମଏସଏମଇ ଦିଗ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିବା କାରଣରୁ ଏମଏସଏମଇ ଦ୍ୱାରା ଉତ୍ପାଦ ସମଗ୍ରୀ ଓ ସେବାର ଚାହିଦା ବଢାଇବାରେ ସହାୟକ ହୋଇପାରେ। ସେହିପରି ଭିତ୍ତିଭୂମି ବିକାଶ କ୍ଷେତ୍ରର ମଧ୍ୟ ବଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିପାରିବା ଭଳି ସୁହଜ ସୃଷ୍ଟି ଉପରେ ପ୍ରାଧାନ୍ୟ ଦେଇପାରନ୍ତି ଅର୍ଥମନ୍ତ୍ରୀ। । ମହାମାରୀ କରୋନା ପରେ ସ୍ୱାସ୍ଥ୍ୟ କ୍ଷେତ୍ର ଓ ସାମାଜିକ ସୁରକ୍ଷା ଦୋହଲି ଯାଇଥିବାରୁ ଏହି ବଜେଟରେ ସରକାର ଏହି ଦୁଇଟି କ୍ଷେତ୍ରକୁ ପ୍ରାଥମିକତା ଦେଇପାରନ୍ତି ।

ସେହିଭଳି ଆତ୍ମ ନିର୍ଭର ଭାରତ ଅଭିଯାନକୁ ଅଧିକ କ୍ରିୟାଶୀଳ କରିବା ଲାଗି ଆମଦାନୀ କମାଇବା ଉପରେ ଗୁରୁତ୍ୱ ଦିଆଯିବା ସହ ନିର୍ମାଣ କ୍ଷେତ୍ରରେ ଟିକସ ଛାଡ ଓ ସବସିଡି ଘୋଷଣା ବି କରିପାରନ୍ତି ଅର୍ଥମନ୍ତ୍ରୀ । ଏହାସହ ନିର୍ମାଣ କ୍ଷେତ୍ରରେ ଉତ୍ପାଦନ ଆଧାରିତ ଇନସେନଟିଭ ଘୋଷଣା ସମ୍ଭାବନା ମଧ୍ୟ ରହିଛି। ସେପଟେ କୃଷି ଓ ଏମଏସଏମଇ କ୍ଷେତ୍ରରେ ଅଧିକ ରୋଜଗାର ସୃଷ୍ଟିକୁ ସର୍ବାଧିକ ଫୁରୁତ୍ବ ଦେବା ସମ୍ଭାବନା ରହିଛି ।

ବଜେଟ ପୂର୍ବରୁ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ୨୦୨୦-୨୧ରେ ଜିଡିପି ରହିବ ମାଇନସ ୭.୭% । ୨୦୨୧-୨୨ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ରହିବ ୧୧% । ଦେଶର ଅର୍ଥନୀତିରେ ‘ଠ’ ଆକୃତିରେ ସୁଧାର ଆସୁଛି ବୋଲି ସର୍ଭେ ରିପୋର୍ଟ କହିଛି। ଅର୍ଥାତ କରୋନା ମହାମାରୀ ଯୋଗୁଁ ପ୍ରଥମ ତ୍ରୈମାସରେ ଜିଡିପି ମାଇନସ ୨୩.୯% ଥିଲା । କିନ୍ତୁ ପରବର୍ତୀ ସମୟରେ ଏଥିରେ ଦ୍ରୁତ ଗତିରେ ସୁଧାର ଆସୁଥିବା ଦେଖାଯାଉଛି ।

ଏସବୁକୁ ନଜରରେ ରଖି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ପ୍ରସ୍ତୁତ ଯୋଇଥିବା ଅର୍ଥନୀତି ବିଶାରଦ ମତ ଦେଇଛନ୍ତି । ତେବେ କରୋନା ପରେ ଧୀରେ ଧୀରେ ଅଣ୍ଟା ସଳଖୁଥିବା ସାଧାରଣ ଲୋକଙ୍କ ପାଇଁ କଅଣ ବିଶେଷ ଧ୍ୟାନ ଦେଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାରି ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.