ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମୁକାବିଲା ଆଜି

ଅକ୍‌ଲାଣ୍ଡ(ରାଜ୍ୟକାହାଣୀ) : ଘରୋଇ ମାଟିରେ ୩ଟି ଦଳଙ୍କ ବିପକ୍ଷରେ ସହଜ ବିଜୟ ହାସଲ କରିବା ପରେ ବିଦେଶ ଗସ୍ତରେ ଯାଇଛି ଭାରତୀୟ କ୍ରିକେଟ ଦଳ। ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟି-୨୦ ସିରିଜ୍, ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ଓ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବା ପାଇଁ ଭାରତୀୟ ଦଳ ନ୍ୟୁଜିଲାଣ୍ଡରେ ପହଞ୍ଚିଛି । ୫ ମ୍ୟାଚ୍‌ର ଟି-୨୦ ସିରିଜ୍‌ର ପ୍ରଥମ ମାଚ୍‌ ଶୁକ୍ରବାର ଏଠାରେ ଖେଳାଯିବ । ଗତଥର ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଆସିିଥିବା ବେଳେ ୫ ମ୍ୟାଚ୍‌ର ଦିନିକିଆ ସିରିଜ୍‌କୁ ୪-୧ରେ ଜିତିଥିଲା; ତେବେ ଟି-୨୦ ସିରିଜ୍‌ରେ ୧-୨ରେ ପରାସ୍ତ ହୋଇଥିଲା । ଉକ୍ତ ସିରିଜ୍‌ ପରାଜୟର ପ୍ରତିଶୋଧ ନେବା ପାଇଁ ଭାରତ ଏଠାରେ ପହଞ୍ଚିଛି । ପୁଣି ଗତ ଜୁଲାଇରେ ଇଂଲଣ୍ଡରେ ଖେଳା ଯାଇଥିବା ବିଶ୍ୱକପର ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ କଥା ଭାରତ ମନରୁ ଆଦୌ ଲିଭିନଥିଲା । ଏହାର ପ୍ରତିଶୋଧ କଥା ମଧ୍ୟ ବିରାଟ ବାହିନୀ ଭୁଲିନଥିବ । ତେଣୁ ଉଭୟ ସୀମିତ ଓଭର ସିରିଜ୍ ଜିତି ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତୀୟ ଦଳ ରହିଛି ।

Leave A Reply

Your email address will not be published.