ଭିଜିଲାନ୍ସ ଜାଲରେ ବିଧାୟକ

ଭୁବନେଶ୍ୱର(ରାଜ୍ୟ କାହାଣୀ) ଅଡୁଆରେ କଳାହାଣ୍ଡି ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାୟକ । ବିଧାୟକଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଅନାମଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏନେଇ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି ।

ଅନାମ ନାୟକଙ୍କ ନାଁରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ରହିଆସିଛି । ବର୍ତ୍ତମାନ ପୁଣି ଭିଜିଲାନ୍ସ ଜାଲରେ ଆଉ ଏକ ବିବାଦରେ ଫସି ଯାଇଛନ୍ତି ଅନାମ । ତେବେ ଭିଜିଲାନ୍ସ ଅନାମଙ୍କ ଘରୁ କ’ଣ ଏବଂ କେତେ ପରିମାଣରେ ସମ୍ପତିର ପରଦା ଉଠାଇବା ଏବେ ତାହା ଉପରେ ନଜର ରହିଛି ।

Leave A Reply

Your email address will not be published.