ଦୁଷ୍କର୍ମ ଅଭିଯୋଗ : ଦମ୍ପତି ଗିରଫ

ବୌଦ୍ଧ(ରାଜ୍ୟକାହାଣୀ) : କିଛି ଦିନ ତଳେ ବିଶ୍ୱରେ ଚର୍ଚ୍ଚାର ସ୍ଥିରନାମା ପାଲଟିଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଖଲିସାହି ଗାଁର ଲୋମଶ କନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ପୋଲିସ ଏକ ଦମ୍ପତିକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଖଲିସାହି ଗାଁର ଲୋମଶ କନ୍ୟାକୁ ସେହି ଗାଁର ଅଭିମନ୍ୟୁ କଂହର ଗତ ୮ ତାରିଖ ରାତିରେ ଘରୁ ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଥିରେ ଅଭିମନ୍ୟୁର ସ୍ତ୍ରୀ ମଧ୍ୟ ସହଯୋଗ କରି ଯୁବତୀଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗ ଆଧାରରେ ହରଭଙ୍ଗା ପୋଲିସ ଆଜି ଅଭିଯୁକ୍ତ ଅଭିମନ୍ୟୁ କଂହର ଓ ତାର ସ୍ତ୍ରୀ ନିଦ୍ରାବତୀ କଂହରକୁ ବାଣୀଗୋଚ୍ଛାରୁ ଗିରଫ କରିଛି । ପୋଲିସ ଉଭୟଙ୍କୁ ଗିରଫ କରି ଅଧିକା ଅନୁସନ୍ଧାନ ପାଇଁ ଜେରା କରୁଛନ୍ତି ।

Leave A Reply

Your email address will not be published.