ଚୁକ୍ତି ତାଲିକାରୁ ଧୋନୀ ବାଦ

ନୂଆଦିଲ୍ଲୀ(ରାଜ୍ୟ କାହାଣୀ) ବିସିସିଆଇ ଆଗାମୀ କ୍ରିକେଟ ଋତୁ ଲାଗି ଖେଳାଳି ଚୁକ୍ତି ତାଲିକା ଘୋଷଣା କରିଛି। ଜାରି କରାଯାଇଥିବା ଖେଳାଳି ସୂଚୀରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ ସାମିଲ ହୋଇନାହିଁ।

ଗତ ବିଶ୍ବକପ ପର ଠାର ଭାରତୀୟ ଦଳରୁ ଦୂରେଇ ରହିଥିବା ଧୋନି କ’ଣ କ୍ରିକେଟରୁ ଅବସର ନେଇ ଗଲେ କି? କ୍ରିକେଟ ମହଲରେ ଏଭଳି ପ୍ରଶ୍ନ ଉଠିଛି। ଗତବର୍ଷ ତାଙ୍କୁ ଗ୍ରେଡ୍ ‘ଏ’ ଖେଳାଳି ଭାବେ ଚୁକ୍ତିବଦ୍ଦ କରାଯାଇ ସୂଚୀରେ ରଖାଯାଇଥିବା ବେଳେ ଚଳିତ ବର୍ଷ ଚୁକ୍ତି ତାଲିକାରୁ ତାଙ୍କୁ ବାଦ୍ ଦିଆଯାଇଛି।

ସେପଟେ ତାଲିକାରେ ଗ୍ରେଡ୍ ‘ଏ+’ରେ ବିରାଟ କୋହଲୀ, ରୋହିତ ଶର୍ମା ଓ ଯଶପ୍ରୀତ୍ ବୁମରା ଥିବା ବେଳେ କେ ଏଲ୍ ରାହୁଲଙ୍କୁ ଗ୍ରେଡ-ବିରୁ ଉନ୍ନୀତ କରାଯାଇ ଗ୍ରେଡ-ଏରେ ସ୍ଥାନୀତ କରାଯାଇଛି। ଗ୍ରେଡ୍ ‘ଏ+’ରେ ଥିବା ତିନି ଖେଳାଳିଙ୍କୁ ବାର୍ଷିକ ୭କୋଟି ଟଙ୍କା ମିଳିବା ବେଳେ ଗ୍ରେଡ୍ ‘ଏ’ରେ ଥିବା ଖେଳାଳିମାନଙ୍କୁ ୫କୋଟି ଟଙ୍କା ମିଳିବ। ସେହିପରି ଗ୍ରେଡ୍ ‘ବି’ର ଖେଳାଳିମାନଙ୍କୁ ୩କୋଟି ଓ ଗ୍ରେଡ୍ ‘ସି’ ଖେଳାଳିମାନଙ୍କୁ ୧କୋଟି ଟଙ୍କା ମିଳିବ।

Leave A Reply

Your email address will not be published.