ଅଷ୍ଟ୍ରେଲିଆକୁ ୩୪୧ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ରାଜକୋଟ୍‌(ରାଜ୍ୟକାହାଣୀ) : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଶୁକ୍ରବାର ୩୪୦ ରନ୍‌ ସଂଗ୍ରହ କରିଛି । ରାଜକୋଟ୍‌ର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୫୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ଆୟୋଜକ ଭାରତ ୩୪୦ ରନ୍‌ କରିବା ପରେ କଙ୍ଗାରୁ ଟିମ୍‌କୁ ୩୪୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଭାରତୀୟ ଦଳର ଓପନର ଶିଖର ଧାଓ୍ଵନ୍‌ ବିସ୍ଫୋରକ ବ୍ୟାଟିଂ କରି ସର୍ବାଧିକ ୯୬ ରନ୍‌ କରିଥିଲା ବେଳେ ଅଧିନାୟକ ଲୋକେଶ ରାହୁଲ ୮୦ ରନ୍‌ କରିଛନ୍ତି। ମୁମ୍ବାଇ ଦିନିକିଆ ତୁଳନାରେ ଆଜିର ଇନିଂସ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲା। ଭାରତ ୧୩.୩ ଓଭରରେ ନିଜର ସ୍କୋର ୮୧ ରନ୍‌ ଥିବା ବେଳେ ପ୍ରଥମ ଓ୍ଵିକେଟ ଭାବେ ରୋହିତ ଶର୍ମାଙ୍କୁ ହରାଇଥିଲା । କଙ୍ଗାରୁ ବୋଲର ଆଦାମ ଜାମ୍ପାଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିବା ପୂର୍ବରୁ ଓପନର ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୪୨ ରନ୍‌ କରିଥିଲେ । ଏଥି ପାଇଁ ସେ ୪୪ଟି ବଲ ଖେଳି ୬ଟି ଚୌକା ମାରିଥିଲେ । ରୋହିତ ପଡ଼ିଆରୁ ବିଦାୟ ନେବା ପରେ ତାଙ୍କର ସ୍ଥାନ ପୂରଣ କରିଥିଲେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ।

Leave A Reply

Your email address will not be published.