ରିଲିଜ ହେଲା ନୂଆ ଓଲିଉଡ଼ ଚଳଚିତ୍ର “କୁଇନ”

କଟକ(ରାଜ୍ୟକାହାଣୀ): ପବିତ୍ର ମକର ସଂକ୍ରାନ୍ତିରେ ପରଦାକୁ ଆସିଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର କୁଇନ। କଟକ ସହରର ବୃନ୍ଦାବନ ଟକିଜରେ ହୋଇଛି ଏହାର ରିଲିଜ। ନାରୀର ଅକୁହା କଥା ଓ ବ୍ୟଥାକୁ ନେଇ ନିର୍ମିତ ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭୂମିକା ରେ ଅଭିନୟ କରିଛନ୍ତି ନବାଗତ ଜୟଜିତ, ସେହିଭଳି ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ସାଜିଛନ୍ତି ଓଲିଉଡ ଚୁଲବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ। ବିଦିଶା କ୍ରାଫ୍ଟ ବ୍ୟାନର ରେ ଏହା ହେଉଛି ୧୧ତମ ଚଳଚ୍ଚିତ୍ର ।

ନାରୀର ଉପରେ ନିର୍ଯ୍ୟତନା,ଅତ୍ୟାଚାର ଓ ଦୁଷ୍କର୍ମ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିପରି ସମାଜରେ ଚାଲିଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାର କୁ ଦୁରେଇବା ପାଇଁ ଆସିଛି ଏହି ଚଳଚ୍ଚିତ୍ର କୁଇନ।

ବହୁ ବର୍ଷୀୟାନ କଳାକାର ଏହି ଚଳଚିତ୍ର ରେ ଅଭିନୟ କରିଥିବା ବେଳେ । ହାସ୍ୟ ଅଭିନେତା ହରି ଙ୍କର କମେଡିରେ ହସି ହସି ବେଦମ ହେବା ଭଳି ଚଳଚିତ୍ର ହୋଇଛି।ଏହି ଚଳଚ୍ଚିତ୍ରରେ ୫ ଟି ସଙ୍ଗୀତ କୁ ଅତି ସୁମଧୁର ଭାବେ ସଜାଇଛନ୍ତି ସଙ୍ଗୀତ ନିର୍ଦେଶକ ମନୟ ମିଶ୍ର। ମୃତୁଞ୍ଜୟ ସାହୁ ନିର୍ଦେଶନା ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ବିଜୟ କାଣ୍ଡଇ। ଆଗକୁ ଚଳଚ୍ଚିତ୍ରଟି ଦର୍ଶକଙ୍କର ମନକୁ ବେଶ ଛୁଇଁବ ବୋଲି ଆଶା ବାନ୍ଧିଛନ୍ତି ଫିଲ୍ମ ନିର୍ମାତା।

Leave A Reply

Your email address will not be published.