ପ୍ରାକ ବଜେଟ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର(ରାଜ୍ୟକାହାଣୀ): ରାଜ୍ୟ ଅତିଥି ଭବନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ପ୍ରାକ ବଜେଟ ପ୍ରସ୍ତୁତି ବୈଠକ ହୋଇ ବିଶେଷାନଜ୍ଞ ମାନଙ୍କ ମତାମତ ନିଆଯାଇଛି। ଫେବୃଆରୀ ଦ୍ୱିତୀୟ ସପ୍ତାହରେ ବିଧାନସଭା ରେ ଉପସ୍ଥାପିତ ହୋଇପରେ ରାଜ୍ୟ ବଜେଟ । ଏହା ପୂର୍ବରୁ ବିଭାଗ ତରଫରୁ ଲୋକଙ୍କର ମତାମତ ମଗା ଯାଇଥିଲା । ବର୍ତମାନ ସୁଧା ୧୫ ଶହ ରୁ ଉର୍ଧ୍ବ ମତାମତ ଆସିଥିବା ସୂଚନା ମିଳିଛି।
ପ୍ରଶାସନିକ ସଂସ୍କାର, ସଠିକ ଶିକ୍ଷକ ଚୟନ ଯାହା ଫଳରେ ଶିକ୍ଷା ଅଧିକାର ଆଇନ ଅଧୀନରେ ସମସ୍ତଙ୍କୁ ନିଯୁକ୍ତି ମିଳିପାରିବ। ଦେଶରେ ମାନ୍ଦାବସ୍ଥା ସମୟରେ କେଉଁ କ୍ଷେତ୍ରରୁ ଆସିବ ଅର୍ଥ, ତାକୁ ଚିହ୍ନଟ କରାଯାଉ। କାରଣ ଏହାର ପ୍ରଭାବ ବଜେଟ ଉପରେ ପଡ଼ିବ। ଖୋଲା ହାତରେ ସରକାର ଖର୍ଚ୍ଚ କରି ପାରିବେନି। ଗତ ଥର ୧ଲକ୍ଷ୩୯ହଜାର କୋଟି ବଜେଟ ଥିଲା। ତାହା ଏଥର ୧ଲକ୍ଷ୫୫ହଜାର କୋଟି ଟପି ପରେ।
ଆର୍ଥିକ ମାନ୍ଦାବସ୍ଥା ଯୋଗୁ କେନ୍ଦ୍ର ସରକାର ଅଧିକ ଅର୍ଥ ଦେଇ ପାରିବେନି। ହେଲେ ଏ ଯାଏ ମନ୍ଦାବସ୍ଥାର ପ୍ରଭାବ ଓଡ଼ିଶା ଉପରେ ପଡ଼ିନି। କାରଣ ଏଠି ଅଭିବୃଦ୍ଧି ହାର ବଢ଼ିଛି। ଭବିଷ୍ୟତରେ କଣ ହେବ କହି ହେବନି। ଗତ ଥର ଅପେକ୍ଷା ଆଗାମୀ ବଜେଟ ବଡ଼ ଆକାରର ରହିବ। ଟିକସ ବଢ଼ାଇବା ପରିବର୍ତ୍ତେ, ବଡ଼ ଶିଳ୍ପାନୁଷ୍ଠାନଙ୍କଠାରୁ ବକେୟା ଟିକସ ଆଦାୟ ହେଉ। ବେଆଇନ ଖଣିରୁ ସାହ କମିଶନ ଯେଉଁ ୬୮ହଜାର କୋଟି ଆଦାୟ କରିବାକୁ ନିର୍ଦେଶ ଦେଇଥିଲେ, କେବଳ ୧୭ହଜାର କୋଟି ହି ଆଦାୟ ହୋଇଛି। ସେ ସବୁ ଆଦାୟ କର। ରାଜସ୍ୱ ବୃଦ୍ଧି ପାଇଁ କ୍ଷେତ୍ର ଚିହ୍ନଟ ହେଉ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ଏନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ କି, ସାଧାରଣ ଲୋକେ ଏବଂ ବିଭିନ୍ନ ସାମାଜିକ ଓ ନାଗରିକ ସଂଗଠନ ବଜେଟକୁ ଲୋକାଭିମୁଖୀ ଭାବେ ପ୍ରସ୍ତୁତ କରିବା ପାଇଁ ସେମାନଙ୍କ ସୁଚିନ୍ତିତ ମତାମତ ରାଜ୍ୟ ସରକାରଙ୍କ ଇ-ମେଲରେ ଦେଇଛନ୍ତି । ଏହାଛଡା ହ୍ୱାଟ୍ସଆପ୍, ଟେଲିଗ୍ରାମ ଓ ଫୋନ ନଂ- ୯୪୩୮୧୬୧୧୧୧କୁ ଏସଏମଏସ କରି ମତାମତ ମଧ୍ୟ ଜଣାଇଛନ୍ତି ଜନସାଧାରଣ ।

Leave A Reply

Your email address will not be published.