ଦାଦାକୁ ହତ୍ୟା ମାମଲା : ଅଭିଯିକ୍ତକୁ ଆଜୀବନ ଜେଲ

ଟିଟିଲାଗଡ଼(ରାଜ୍ୟକାହାଣୀ) : ବଲାଙ୍ଗୀର ଜିଲ୍ଲା ସଇନ୍ତଲା ଥାନା ଅନ୍ତର୍ଗତ ଖରଜୁରି ଗ୍ରାମର ୨୦୧୬ମସିହାରେ ବିଶ୍ୱମ୍ବର ବନଛୋରକୁ ପୁତୁରା ଅନାଦି ବନଛୋର ହତ୍ୟା କରିଥିଲା। ଏହି ମାମଲାରେ ଟିଟିଲାଗଡ ଅତିରିକ୍ତ ଜିଲା ଦୌରା ଜଜ ମଙ୍ଗଳବାର ଅଭିଯୁକ୍ତ ଅନାଦିକୁ ଆଜୀବନ କାରାଦଣ୍ଡା ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ୨୦୧୬ ମସିହାରେ ବିଶ୍ୱମ୍ବର ବଡସାଇମରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ଟଙ୍କା ଧରି ଫେରୁଥିବା ବେଳେ ଅଭିଯୁକ୍ତ ଅନାଦି ନିଜ ଭାଇ ସହ କଳିଗୋଳ କରୁଥିଲେ। ବିଶ୍ୱମ୍ବର ଉଭୟଙ୍କୁ ଶାନ୍ତ କରୁଥିବା ବେଳେ ଅଭିଯୁକ୍ତ ଅନାଦି ଏକ ଟାଙ୍ଗିଆରେ କାକା ବିଶ୍ୱମ୍ବରକୁ ହତ୍ୟା କରିଥିଲେ । ଘଟଣା ପରେ ଅଭିଯୁକ୍ତକୁ ଗିରଫ କରାଯାଇ ଟିଟିଲାଗଡ ଜେଲରେ ରଖାଯାଇଥିଲା।

Leave A Reply

Your email address will not be published.