ଅଷ୍ଟ୍ରେଲିଆ ପାଇଁ ୨୫୬ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ

ମୁମ୍ବାଇ(ରାଜ୍ୟକାହାଣୀ) : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ମଙ୍ଗଳବାର ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି । ଆଜିର ମ୍ୟାଚରେ ଭାରତୀୟ ଦଳ ଦୁର୍ବଳ ଖେଳ ପ୍ରଦର୍ଶନ କରିଛି। ଭାରତ ପାଖରେ ଲମ୍ବା ବ୍ୟାଟିଂ ଲାଇନ ଥାଇ ମଧ୍ୟ ସମ୍ପୂର୍ଣ୍ଣ ଦଳ ନିର୍ଦ୍ଧାରିତ ୫୦ଓଭର ଖେଳିବାରେ ଅସମର୍ଥ ହୋଇଛି । ୫ଟି ବଲ ବାକି ଥାଇ ସମ୍ପୂର୍ଣ୍ଣ ଦଳ ମାତ୍ର ୨୫୫ରନ କରି ସମସ୍ଥ ୱିକେଟ ହରାଇଛି । ଭାରତ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୯୧ବଲରେ ୭୪ରନ କରିଛନ୍ତି । ଯେଉଁଥିରେ ତାଙ୍କର ୯ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି । କେଏଲ ରାହୁଲ ୬୧ବଲରୁ ୪୭ରନ(୪ଟି ଚୌକା), ରିଷଭ ପନ୍ତ ୩୩ବଲରୁ ୨୮(ଚୌକା-୨, ଛକା-୧), ରବିନ୍ଦ୍ର ଜାଡ଼େଜା ୩୨ବଲରୁ ୨୫ରନ(ଚୌକା-୨, ଛକା-୧), ଅଧିନାୟକ ବିରାଟ ​‌କୋହଲି ୧୪ବଲରେ ୧୬ରନ, ହିଟମ୍ୟାନ ରୋହିତ ଶର୍ମା ୧୫ବଲରୁ ୧୦ରନ(ଚୌକା-୨) କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ତିନୋଟି ୱିକେଟ ନେଇଛନ୍ତି। ସେହିଭଳି ପ୍ୟାଟ କମିନ୍ସ ୨ଟି, ରିଚାଡସନ୍ ୨ଟି, ଜାମ୍ପା ଏବଂ ଅଗର ଗୋଟିଏ ଲାଖେ ୱିକେଟ ନେଇଛନ୍ତି।

Leave A Reply

Your email address will not be published.