ଗୋବିନ୍ଦାଙ୍କ ଭାଣିଜୀଙ୍କୁ ଦୁଷ୍କର୍ମ ଉଦ୍ୟମ

ମୁମ୍ବାଇ(ରାଜ୍ୟ କାହାଣୀ) ସୁପରଷ୍ଟାର ଗୋବିନ୍ଦାଙ୍କ ଭାଣିଜୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ୧୩ ବର୍ଷ ବୟସରେ କରାଯାଇଥିଲା ଦୁଷ୍କର୍ମ ଉଦ୍ୟମ । ବିଗ୍ ବସ୍ ସୋ ରେ ଅଂଶ ଗ୍ରହଣ କରିଥିବା ଗୋବିନ୍ଦାଙ୍କ ଭାଣିଜୀ ଆରତୀ ସିଂହ।ଏହି କଥା କହିବା ବେଳେ ସେ ବହୁତ ଭାବବିହ୍ବଳ ହୋଇ ପଡ଼ିବା ସହ ତାଙ୍କ ଆଖିରୁ ଲୁହ ମଧ୍ୟ ଚାଲି ଆସିଥିଲା।

ଆରତୀ କହିଥିଲେ ଗୋଟିଏ ବନ୍ଦ ରୁମ୍ରେ ତାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରାଯାଇଥିଲା। ଏହି ଘଟଣା ହେବା ପରେ ଆରତୀ ସବୁବେଳେ ଗୁମସୁମ ଭାବେ ରହୁଥିଲେ। କିନ୍ତୁ ତାଙ୍କ ଭାଇ କୃଷ୍ଣ ଅଭିଷେକ ତାଙ୍କୁ ବୁଝାଇସୁଝାଇ ଆରତୀଙ୍କ ମନ ପରିବର୍ତ୍ତନ କରିଥିଲେ।

Leave A Reply

Your email address will not be published.