ଆଲୋଚନାଚକ୍ର ସ୍ବାଧୀନତା ଏବଂ ରାଷ୍ଟ୍ର ନିର୍ମାଣରେ ସ୍ବାଧୀନତା ସଂଗ୍ରାମୀଙ୍କ ଆହ୍ବାନ ନିଶାମୁକ୍ତ ଭାରତ ଗଠନ ଆମ ଲକ୍ଷ୍ୟ ହେଉଗାନ୍ଧୀବାଦୀ ପ୍ରହଲ୍ଲାଦ ସଂହ ଓଡ଼ିଶାରେ ଅଗଷ୍ଟ ଆନ୍ଦୋଳନ କଥା ମନେ ପକାଇଲେ
ଭୁବନେଶ୍ବର, ରାଜ୍ୟ କାହାଣୀ: ୮ସ୍ୱାଧୀନତା ଦିବସ ଉପଲକ୍ଷେ ମଙ୍ଗଳବାର ଜୟଦେବ ଭବନରେ ସାଂସ୍କୃତିକ ଉତ୍ସବ ଆୟୋଜିତ ହୋଇଛି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟ ଏବଂ ଓଡ଼ିଶା ସଂସ୍କୃତି ସୁରକ୍ଷା ଟ୍ରଷ୍ଟ ଓ ବେଷ୍ଟ ଟ୍ରଷ୍ଟର ମିଳିତ ଉଦ୍ୟମରେ ଆୟୋଜିତ ଏହି ସ୍ୱାଧୀନତା ଦିବସ ସାଂସ୍କୃତିକ ଉତ୍ସବକୁ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲାକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧୀବାଦୀ, ସ୍ତମ୍ଭକାର ଓ ମଦ ବିରୋଧୀ ଆନ୍ଦୋଳନର ପ୍ରମୁଖ ପଦ୍ମଚରଣ ନାୟକ ଯୋଗ ଦେଇଥିଲେ ଦେଶ ସ୍ବାଧୀନ ହୋଇଛି ସତ, କିନ୍ତୁ ଲୋକ ସ୍ବାଧୀନ ହୋଇନାହାଁନ୍ତି ଗାନ୍ଧୀଜୀଙ୍କ ବିଚାରଧାରା ନାହିଁ ଯେଉଁ ଦିନ ଜଣେ ମହିଳା ନିର୍ଭିକ ଭାବେ ଅଧ ରାତିରେ ଏକୁଟିଆ ନିଜ ଘରକୁ ଚାଲି ଚାଲି ଯାଇପାରିବ ସେଦିନ ବାସ୍ତବରେ ସ୍ବାଧୀନତା ମିଳିବ ବୋଲି କହିଛନ୍ତିନିଶାମୁକ୍ତ ଭାରତ ଓ ନିଶାମୁକ୍ତ ଓଡ଼ିଶା ଗଠନ ହେବା ଜରୁରୀ ସ୍ବାଧୀନତା ସଂଗ୍ରାମ ଲଢ଼ି ଏଯାଏଁ ନିଶା ମୁକ୍ତ ଓଡ଼ିଶା ଗଠନ ଲାଗି ଦାବି କରିଅସୁଛି କିନ୍ତୁ ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ କାହାର ଧ୍ୟାନ ନାହିଁ ତେଣୁ ନିଜ ଘରୁ ନିଶା ମୁକ୍ତର ଅଭ୍ୟାସ ଆରମ୍ଭ କରିବାକୁ କାର୍ଯ୍ୟକ୍ରମରେ ଉପସ୍ଥତ କୁନି କୁନି ପିଲାଙ୍କୁ ସ୍ବାଧୀନତା ସଂଗ୍ରାମୀ ଶ୍ରୀ ନାୟକ ପରାମର୍ଶ ଦେଇଥୀଲେ ଓ ନିଶାଠାରୁ ନିଜକୁ ଦୂରରେ ରଖିବା ଓ ଅନ୍ୟଙ୍କୁ ନିଶାଠାରୁ ଦୂରେଇବା ଲାଗି ପ୍ରୋତ୍ସାହିତ କରିବାକୁ ଅଭିଭାବକଙ୍କୁ ଆହ୍ବାନ ଦେଇଥିଲେକାର୍ଯ୍ୟକ୍ରମରେ ଗାନ୍ଧୀବାଦୀ ଚିନ୍ତକ, ସ୍ତମ୍ଭକାର, ଲେଖକ ଓ ସାମାଜିକ କର୍ମୀ ପ୍ରହଲ୍ଲାଦ ସିଂହ ଯୋଗ ଦେଇ ତାଙ୍କ ବହୁ ମୂଲ୍ୟ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ବିଶେଷ କରି ଅଗଷ୍ଟ କ୍ରାନ୍ତି ଉପରେ ଓଡ଼ିଶାର ଅବଦାନଗୁଡ଼ିକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ କିପରି ୧୯୪୨ ଅଗଷ୍ଟ ମାସର କାହାଣୀକୁ ଶ୍ରୀ ସିଂ ବିସ୍ତୃତ ବର୍ଣ୍ଣନା କରିଥିଲେ କିପରି ଓଡ଼ିଶାର ମାଲକାନଗିରି ଜିଲ୍ଲା ମୈଥିଳିରେ ପ୍ରଥମ ଗୁଳି ଫୁଟିଥିଲା ଓ ପରେ କିପରି ଭଦ୍ରକର ରକ୍ତ ତୀର୍ଥ ଇରମରେ ବର୍ବରତାର ସୀମା ଟପିବା ସହ ଏକାସଙ୍ଗେ ୨୯ ଜଣ ସହୀଦ ହୋଇଥିଲେ ସେନେଇ ସୂଚନା ଦେଇଥିଲେ ଏଥିରେ ସମାଜ ବିଜ୍ଞାନୀ ତଥା ବେଷ୍ଟ ଟ୍ରଷ୍ଟର ଅଧ୍ୟକ୍ଷ ଅବଶ ପରିଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ

ସାହିତ୍ୟିକ ଚକ୍ରଧର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସ୍ଵପ୍ନ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବେଷ୍ଟ ଟ୍ରଷ୍ଟ ର ଅନ୍ୟତମ ପ୍ରତିଷ୍ଠାତା ପ୍ରାର୍ଥନା ପ୍ରିୟଦର୍ଶିନୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଦେଇଥିଲେ କାର୍ଯ୍ୟକ୍ରମ ଅପରାହ୍ନ ୪ଟାରୁ ଆରମ୍ଭ ହେବା ପରେ ପ୍ରଥମେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ସ୍ୱାଧୀନତା ସଂଗ୍ରାମର ସ୍ମୃତି ଓ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ଏହି ସାଂସ୍କୃତିକ ଉତ୍ସବ ସ୍ୱାଧୀନତାର ମୂଲ୍ୟବୋଧ, ଓଡ଼ିଆ ସଂସ୍କୃତିର ସୁରକ୍ଷା ଓ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି ତେବେ ଏହି ଅବସରରେ କୁନି କୁନି ପିଲା ନିଜ ଅଭିଭାବକଙ୍କ ସହ ତିରଙ୍ଗା ଯାତ୍ରା କରିଥଥିଲେ