ଟିଏମସି ସାଂସଦଙ୍କୁ ବାହା ହେଲେ ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ର ।

ରାଜ୍ୟ କାହାଣୀ (ଭୁବନେଶ୍ୱର )ଟିଏମସି ସାଂସଦଙ୍କୁ ବାହା ହେଲେ ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ର । ଉଭୟ ନେତା ଜର୍ମାନୀରେ ବାହା ହେବା ନେଇ ଖବର ମିଳିଛି । ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି ।ସମ୍ପୂର୍ଣ୍ଣ ଉତ୍ସବ ୨୦୨୫ ମେ ୩ରେ ହୋଇଥିଲା। ଜାତୀୟ ଗଣମାଧ୍ୟମ ଦି ଟେଲିଗ୍ରାଫରେ ତାଙ୍କ ବିବାହର ଏକ ଫଟୋ ମଧ୍ୟ ପ୍ରକାଶ ପାଇଛି।

ଏଥିରେ ପିନାକୀ ମିଶ୍ରଙ୍କ ସହିତ ଦେଖାଯାଇଛନ୍ତି ମହୁଆ ମୋଇତ୍ର। ତାଙ୍କ ଫଟୋ ବ୍ୟାକଗ୍ରାଉଣ୍ଡରେ ବର୍ଲିନର ଐତିହାସିକ ବ୍ରାଣ୍ଡେନବର୍ଗ ଗେଟ୍ ମଧ୍ୟ ଦୃଶ୍ୟମାନ ହେଉଛି। ଏହି ଫଟୋରେ ମହୁଆ ମୋଇତ୍ର ଶାଢ଼ୀ ଏବଂ ସୁନା ଅଳଙ୍କାର ପିନ୍ଧିଛନ୍ତି। ସେ ପିନାକୀ ମିଶ୍ରଙ୍କ ହାତ ମଧ୍ୟ ଧରିଛନ୍ତି। ତେବେ ମହୁଆ ମୋଇତ୍ରା ଏହା ପୂର୍ବରୁ ଦାନିଶଙ୍କୁ ବିବାହ କରିଥିଲେ । ହେଲେ ତାଙ୍କ ସହ କିନ୍ତୁ ମହୁଆଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ୩ ବର୍ଷ ଧରି ସେ ଓକିଲ ଅନନ୍ତ ଦେହାଦରାଇଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ । ଆଉ ଏବେ ସେ ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ବିବାହ କରିଥିବା ନେଇ ସୂଚନା ରହିଛି ।

You might also like