ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଶ୍ରବଣା ବିବେକ ଏମ
ଭୁବନେଶ୍ଵର (ରାଜ୍ୟ କାହାଣୀ) ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଶ୍ରବଣା ବିବେକ ଏମ । ପୂର୍ବରୁ ଭୁବନେଶ୍ୱର ଡିସିପି ଥିଲେ ବରିଷ୍ଠ ଆଇପିଏସ ଅଧିକାରୀ ଜଗମୋହନ ମୀନା । ତାଙ୍କର ଇସ୍ତଫା ପରେ ୨୦୧୫ ବ୍ୟାଚର ଆଇପିଏସ ଅଧିକାରୀ ଶ୍ରବଣା ବିବେକ ଏମ ବର୍ତ୍ତମାନ ବିଧିବଦ୍ଧ ଭାବେ ଡିସିପି ଦାୟିତ୍ୱ ନେଇଛନ୍ତି ।ପ୍ରଥମେ ପୋଲିସ କମିଶନର ଏବଂ ଅତିରିକ୍ତ କମିଶନରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହା ପରେ ଡିସିପି କାର୍ଯ୍ୟାଳୟକୁ ଯାଇ ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସର୍ବଣା ବିବେକ୍ ଏମ୍. ।ତାମିଲନାଡୁର ତିରୁନେଲଭେଲିର ବାସିନ୍ଦା ସର୍ବଣା ବିବେକ ଏମ୍. ପେସାରେ MBBS ଡାକ୍ତର ଥିଲେ । ପରେ UPSC ଉତ୍ତୀର୍ଣ୍ଣ ହୋଇ IPS ହୋଇଥିଲେ । ତାଙ୍କର ପ୍ରଥମ ଫିଲ୍ଡ ପୋଷ୍ଟିଂ ମାଓ ପ୍ରଭାବିତ ମାଲକାନଗିରିରେ SDPO ଭାବେ ହୋଇଥିଲା । ସେଠାରୁ ଆରମ୍ଭ ହୋଇଥିବା କ୍ୟାରିୟରରେ ରାୟଗଡ଼ା SP, କଳାହାଣ୍ଡି SP, ଭିଜିଲାନ୍ସ SP ଏବଂ ବ୍ରହ୍ମପୁର SP ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି ।