ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଟ୍ରାଫିକ କଟକଣା
ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଟ୍ରାଫିକ କଟକଣା । ୧୬ରୁ ୨୧ ତାରିଖ ଯାଏଁ କଟକଣା ଜାରି କଲା କମିସନରେଟ ପୋଲିସ । ଅପରାହ୍ନ ୨ଟୀରୁ ରାତି ୨ଟା ଯାଏଁ ଯାତାୟତ ଉପରେ କଟକଣା ଲଗାଯାଇଛି ।କଟକଣା ଥିବା ରାସ୍ତାରେ ଭାରି ଯାନ ଯାଇପାରିବ ନାହିଁ । ରସୁଲଗଡ ଛକରୁ ଲିଙ୍ଗିପୁର, ବାଣୀବିହାରରୁ ଶିଶୁ ଭବନ ଯାଏଁ ଭାରି ଯାନ ମନା । ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଓ ନ୍ୟୁ ଏୟାରପୋର୍ଟ ଯାଏଁ କଟକଣା ରହିବ । ସିଆରପି ଛକରୁ ପାୱାର ହାଉସ, ଫାୟାର ଷ୍ଟେସନ ଛକରୁ ଶିଶୁଭବନ ଯାଏଁ ମନା । ଖଣ୍ଡଗିରି ପୋଖରୀପୁଟ, ବରମୁଣ୍ଡାରୁ ପଳାଶୁଣି ଏନଏଚ-୧୬ରେ କଟକଣା ରହିଛି । ଖୋର୍ଦ୍ଧା ପଟୁ କଟକ ଆଡେ ଆସୁଥିବା ସବୁ ଭାରିଯାନ ଉପରେ କଟକଣା ରହିଛି । କଟକଣା ଥିବା ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଭାରିଯାନ ମନା ।