ମୟୂରଭଞ୍ଜରେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ !

ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରିଛି।ସୂଚନା ମୁତାବକ, ୧୧ ତାରିଖ ସନ୍ଧ୍ୟାରେ ଘରେ କେହି ନ ଥିବା ବେଳେ ଅଭିଯୁକ୍ତ ଦ୍ୱୟ ଘରେ ପଶି ନାବାଳିକାଙ୍କୁ ଉଠାଇ ନେଇଥିଲେ। ପରେ ସେମାନେ ନାବାଳିକାଙ୍କୁ ବଳାତ୍କାର କରିଥିଲେ।ପରିବାର ଲୋକେ ଏହା ଜାଣି ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ଥିବା ୨ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ପୋଲିସ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରିଥିବା ଜଣାପଡିଛି। ଅନ୍ୟପକ୍ଷେ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ପୋଲିସ ତାଙ୍କୁ ସୁଧାର ଗୃହକୁ ପଠାଇଛି।

You might also like