୨୦୨୭ର ପ୍ରଥମ ସୂର୍ଯ୍ୟପରାଗ କେବେ ? ଜାଣନ୍ତୁ
୨୦୨୭ ମସିହାର ପ୍ରଥମ ସୂର୍ଯ୍ୟପରାଗ ଫେବୃଆରୀ ୬ ତାରିଖ, ଶନିବାର ଦିନ ଘଟିବ ।ଭାରତୀୟ ସମୟ ଅନୁଯାୟୀ ସନ୍ଧ୍ୟା ୬ଟା ୨୮ ମିନିଟରେ ଆରମ୍ଭ ହୋଇ ରାତି ୧୨ଟା ୩୨ ମିନିଟରେ ଶେଷ ହେବ। ତେବେ ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେଣୁ ଭାରତରେ ରହୁଥିବା ଲୋକମାନେ ଏହି ଖଗୋଳୀୟ ଘଟଣାକୁ ସିଧାସଳଖ ଦେଖିପାରିବେ ନାହିଁ। ୨୦୨୭ର ପ୍ରଥମ ସୂର୍ଯ୍ୟପରାଗ ବିଶ୍ୱର କେତେକ ଅଞ୍ଚଳରେ ଦେଖିବାକୁ ମିଳିବ। ତେଣୁ ୨୦୨୭ର ପ୍ରଥମ ସୂର୍ଯ୍ୟପରାଗ ଏକ ବଳୟାକାର ଘଟଣା ହୋଇଥିବାରୁ ଏହା ମହାକାଶପ୍ରେମୀଙ୍କ ପାଇଁ ବିଶେଷ ଆକର୍ଷଣ ରହିବ।