ବାତ୍ୟା ‘ଅର୍ଣ୍ଣବ’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ସ୍ବରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର ( ରାଜ୍ୟକାହାଣୀ )ବାତ୍ୟା ‘ଅର୍ଣ୍ଣବ’ (Cyclone Arnab) ଜନିତ ସ୍ଥିତି ସମୀକ୍ଷା କରିବା ପରେ ରାଜ୍ୟର ୧୭ଟି ଜିଲ୍ଲା ପ୍ରଭାବିତ ହୋଇଛି ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି | ତେବେ ବାତ୍ୟା ଅର୍ଣ୍ଣବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କଥା ହେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ବାତ୍ୟା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ଅମିତ ଶାହ । ବାତ୍ୟା ଯୋଗୁଁ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କ ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଆଦି ଜିଲ୍ଲାମାନ ବେଶ ପ୍ରଭାବିତ ହୋଇଛି । ଏଭଳି କଠିନ ପରିସ୍ଥିତିରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଶାହ । ଆବଶ୍ୟକ ପଡିଲେ ରାଜ୍ୟ ମଧ୍ୟ ସହାୟତା ମଧ୍ୟ ମାଗିପାରିବ ବୋଲି ଶାହ କହିଛନ୍ତି । ସେହିପରି ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଖୁବ ଶୀଘ୍ର କେନ୍ଦ୍ରୀୟ ରାଜ୍ୟକୁ ପଠାଯିବ ।

You might also like