କଣ୍ଟେଣ୍ଟ କ୍ରିଏଟର ନାଁରେ ମାନହାନି ନୋଟିସ ପଠାଇଲେ ଶାହରୁଖ ଖାନ
ବଲିଉଡ ସୁପରଷ୍ଟାର୍ ଶାହରୁଖ ଖାନ (Shah Rukh Khan) କଥିତ ଭାବେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ଏକ ‘ମାନହାନିକାରକ’ (defamatory) ଇନଷ୍ଟାଗ୍ରାମ ରିଲ ପାଇଁ ଆଇନଗତ ନୋଟିସ ପଠାଇଛନ୍ତି । ବାସ୍ତବରେ ଇନଫ୍ଲୁଏନସର ସୁବିଜ୍ଞ ଶର୍ମା (Suvigya Sharma) ଙ୍କ ବିରୋଧରେ ଅଭିଯୋଗ ରହିଛି ।ସୂଚନା ମୁତାବକ, ଭାଇରଲ ଇନଷ୍ଟାଗ୍ରାମ ରିଲରେ ଶାହରୁଖ ଖାନ ଏବଂ ଅନନ୍ତ ଅମ୍ବାନୀ କଥାବାର୍ତ୍ତା ହେଉଛନ୍ତି । ରିଲରେ ଦାବି କରାଯାଇଛି ଯେ, ଅନନ୍ତ ଅମ୍ବାନୀଙ୍କ ସହିତ କଥାବାର୍ତ୍ତା ସମୟରେ ଶାହରୁଖଙ୍କୁ ଚୁପ୍ ରହିବାକୁ କୁହାଯାଇଛି । ଶାହରୁଖ ଖାନଙ୍କ ଲିଗାଲ ଟିମ୍ ଏହି ଭିଡିଓର କ୍ୟାପସନ ମଧ୍ୟ ଭ୍ରାମକ ଏବଂ ମାନହାନିକାରକ ବୋଲି କୁହାଯାଉଛି । ନୋଟିସରେ କୁହାଯାଇଛି କି, ଏହା ସଂପୂର୍ଣ୍ଣ ମିଥ୍ୟା । ଏହାଦ୍ବାରା ଅଭିନେତାଙ୍କ ଛବି ଏବଂ ପ୍ରତିଷ୍ଠାକୁ କ୍ଷତି ପହଞ୍ଚୁଛି ।
ନଭେମ୍ବର ୨୩, ୨୦୨୬ରେ ପଠାଯାଇଥିବା ନୋଟିସରେ ବିଏନଏସ ୨୦୨୩ ଧାରା ୩୫୬ ମାନହାନି ମକଦ୍ଦମା ରୁଜୁ କରାଯାଇଛି । ଏଥିରେ କୁହାଯାଇଛି, କୌଣସି ବ୍ୟକ୍ତି ବିନା କୌଣସି ପ୍ରମାଣରେ କଳାକାରଙ୍କ ବିଷୟରେ ମିଛ ଏବଂ କ୍ଷତି ପହଞ୍ଚାଇବା ଭଳି ବୟାନ ଦେଖାଇପାରିବେ ନାହିଁ ।ରିପୋର୍ଟ ଅନୁଯାୟୀ, ସୁବିଜ୍ଞ ଶର୍ମାଙ୍କୁ ପାଞ୍ଚଟି ଦାବି ପୂରଣ କରିବା ଏବଂ ନିଆଯାଇଥିବା ପଦକ୍ଷେପର ଲିଖିତ ନିଶ୍ଚିତକରଣ (written confirmation) ଦେବା ପାଇଁ ୪୮ ଘଣ୍ଟାର ସମୟ ଦିଆଯାଇଛି । ଏହି ଦାବିଗୁଡ଼ିକ ମଧ୍ୟରେ ଇନଷ୍ଟାଗ୍ରାମ ରିଲକୁ ତୁରନ୍ତ ହଟାଇବା, ଏହି ଦାବିକୁ ଆଗକୁ ସେୟାର କରିବା ବା ପ୍ରଚାର କରିବାରୁ ରହିବା, ଏବଂ ଭିଡିଓ ସହ ଜଡ଼ିତ କ୍ୟାପସନ ଓ ବୟାନଗୁଡ଼ିକୁ ହଟାଇବା ବା ସେଥିରେ ସଂଶୋଧନ କରିବା ସାମିଲ ରହିଛି ।