ପବନ କଲ୍ୟାଣ-ଆନାଙ୍କ ବିଚ୍ଛେଦ ଖବର ପରେ ଏକ୍ସ ୱାଇଫ ରେଣୁଙ୍କ କ୍ରିପ୍ଟିକ ପୋଷ୍ଟ ଭାଇରଲ

ଆନ୍ଧ୍ରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ତଥା ଅଭିନେତା ପୱନ କଲ୍ୟାଣଙ୍କ ତୃତୀୟ ବିବାହର ଅନ୍ତ ଘଟିଛି। ବିବାହର ୧୩ ବର୍ଷ ପରେ ପୱନ କଲ୍ୟାଣ ଏବଂ ତାଙ୍କ ପତ୍ନୀ ଆନ୍ନା ଲେଝନେଭା ପରସ୍ପର ଠାରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ଏକ ମିଳିତ ବିବୃତ୍ତିରେ ଦମ୍ପତି ଜଣାଇଛନ୍ତି ଯେ, ସେମାନେ ପରସ୍ପରର ସହମତି ଏବଂ ପରସ୍ପର ପ୍ରତି ସମ୍ମାନ ରଖି ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।ଏହି ଖବର ସାମ୍ନାକୁ ଆସିବା ପରେ ଏବେ ମୁହଁ ଖୋଲିଛନ୍ତି ତାଙ୍କର ଦ୍ୱିତୀୟ ପତ୍ନୀ ରେଣୁ ଦେଶାଇ । ସୋସିଆଲ ମିଡିଆରେ ତାଙ୍କର ଏକ ପୋଷ୍ଟ ଏବେ ଖୁବ ଭାଇରଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ କରି ଲେଖିଛନ୍ତି, କୌଣସି ବ୍ୟକ୍ତି ଯଦି ପୂର୍ବରୁ ଏକ କଠିନ ସମୟ ଦେଇ ଗତି କରୁଛନ୍ତି, ତେବେ ତାଙ୍କୁ ଆହୁରି ସମାଲୋଚନା କରିବା ଠିକ୍ ନୁହେଁ। ଜଣେ ତଳେ ପଡ଼ିଥିବା ବେଳେ ତାଙ୍କୁ ଆହୁରି ଆଘାତ ଦେବା ଅମାନବୀୟ। ଆମେ ସମସ୍ତେ ମଣିଷ, ତେଣୁ ପରସ୍ପର ପ୍ରତି ଦୟା ଓ ସହାନୁଭୂତି ରଖିବା ଉଚିତ୍।ଖାଲି ଏତିକି ନୁହେଁ, ରେଣୁ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଏହି ପୋଷ୍ଟକୁ ନେଇ କେହି ଅଯଥା ଅନୁମାନ ଲଗାନ୍ତୁ ନାହିଁ। ସେ କାହାକୁ ସମର୍ଥନ କରିବା ପାଇଁ ନୁହେଁ, ବରଂ ମାନବିକତା ଦୃଷ୍ଟିରୁ ଏହି କଥା କହିଛନ୍ତି।

You might also like