ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପ୍‌କୁ ଆଗୁଆ ମିଳବ ଟଙ୍କା

ଭୁବନେଶ୍ୱର (ରାଜ୍ୟକାହାଣୀ )ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ତଥା ସୂଚାରୁ ପରିଚାଳନା ପାଇଁ ଏଣିକି ସରକାରୀ ଗାଡ଼ିଗୁଡ଼ିକର ତେଲ (ପେଟ୍ରୋଲ/ଡିଜେଲ) ଖର୍ଚ୍ଚ ବାବଦକୁ ପେଟ୍ରୋଲ ପମ୍ପଗୁଡ଼ିକୁ ଆଗୁଆ ଟଙ୍କା ପ୍ରଦାନ କରାଯିବ। ନିଷ୍ପତ୍ତି ଅନୁଯାୟୀ, ସରକାରୀ ଗାଡ଼ିଗୁଡ଼ିକ ପାଇଁ ଆଗାମୀ ଦୁଇ ମାସର ଆନୁମାନିକ ତେଲ ଖର୍ଚ୍ଚ ଯେତିକି ହେବ, ସେହି ଅର୍ଥରାଶିକୁ ସରକାର ପୂର୍ବରୁ ହିଁ ସମ୍ପୃକ୍ତ ପେଟ୍ରୋଲ ପମ୍ପ୍ଗୁଡ଼ିକୁ ପୈଠ କରିଦେବେ। ଏହାଦ୍ୱାରା ତେଲ ପାଇଁ ସରକାରୀ ଗାଡ଼ିଗୁଡ଼ିକର ଚଳପ୍ରଚଳରେ କୌଣସି ବାଧା ସୃଷ୍ଟି ହେବନାହିଁ।ଅର୍ଥ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି।

You might also like