ଚାକିରିରୁ ବିଦା ହେଲେ ବାଲିଆପାଳର ଲାଞ୍ଚୁଆ ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର

ଭୁବନେଶ୍ୱର ( ରାଜ୍ୟକାହାଣୀ )ଚାକିରିରୁ ବିଦା ହେଲେ ବାଲିଆପାଳର ଲାଞ୍ଚୁଆ ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର। ଜଣେ ଜମି କ୍ରେତାଙ୍କଠାରୁ ଜମି କବଲା ପଞ୍ଜୀକରଣ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ବାଲେଶ୍ୱରଜିଲ୍ଲା ବାଲିଆପାଳର ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର ଓଆର୍‌ଏସ୍‌ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଗିରଫ ହୋଇଥିଲେ। ଆଜି ରାଜ୍ୟ ସରକାର ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ସୂଚନାମୁତାବକ ଜଣେ ବ୍ୟକ୍ତି ୦.୧୪ ଡେସିମିଲ ପରିମିତ ‘ବାଜ୍ୟାପ୍ତି ସ୍ଥିତିବାନ’ କିସମର ଜମିର ପଞ୍ଜିକରଣ ପାଇଁ ସବ୍-ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରିଥିଲେ। ମାତ୍ର ଓଆରଏସ (ORS) ଅଧିକାରୀ ମନିଷା ମିଶ୍ର ଏଥିପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ପରେ ଏହି ମୂଲଚାଲ ୭,୦୦୦ ଟଙ୍କାରେ ସ୍ଥିର ହୋଇଥିଲା।ଲାଞ୍ଚ ନଦେବାକୁ ଚାହିଁ ଅଭିଯୋଗକାରୀ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ, ଆଜି ଅଭିଯୋଗକାରୀଙ୍କଠାରୁ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ମନିଷା ମିଶ୍ରଙ୍କଠାରୁ ଲାଞ୍ଚ ବାବଦ ସମସ୍ତ ୭,୦୦୦ ଟଙ୍କା ଜବତ କରାଯାଇଛି।ଏହି ଘଟଣା ପରେ ଆୟବହିର୍ଭୂତ ସମ୍ପତ୍ତି ଠାବ ଉଦ୍ଦେଶ୍ୟରେ ତାଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି। ଏନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ୨୬/୨୦୨୬ ନମ୍ବରରେ ମାମଲା ରୁଜୁ ହେବା ସହ ପିସି (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ତଦନ୍ତ ଚାଲିଛି।

You might also like