ବିକ୍ରମ ପଣ୍ଡା ଓ ସୁଶାନ୍ତଙ୍କ ଭଏସ ଟେଷ୍ଟ ପାଇଁ ଥାନାକୁ ଡାକରା, ଜେଲରୁ ସାକ୍ଷୀଙ୍କୁ ଧମକ ମାମଲା

ଭୁବନେଶ୍ଵର (ରାଜ୍ୟ କାହାଣୀ ) ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଏହି ହତ୍ୟା ମାମଲାକୁ ନେଇ ପୁଣି ଏବେ ଚର୍ଚ୍ଚା ।ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ଗୋସାଣୀ ନୂଆଗାଁ ଥାନାରେ ହାଜର ହୋଇଛନ୍ତି ବିକ୍ରମ ପଣ୍ଡା। ତାଙ୍କ ସହ ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ମଧ୍ୟ ଥାନାରେ ହାଜର ହୋଇଛନ୍ତି।ଗୋଷାଣୀ ନୂଆଗାଁ ଥାନାରେ ଓକିଲ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଉଭୟଙ୍କୁ କରାଯାଉଛି ମୁହାଁମୁହିଁ ଜେରା। ଏହା ପରେ ଭଏସ ନମୁନା ସଂଗ୍ରହ କରି ଭୁବନେଶ୍ୱର ଷ୍ଟେଟ ଫୋରେନସିକ ଲାବକୁ ପଠାଯିବ l ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡା ଗିରଫ ହୋଇ ସେପ୍ଟେମ୍ବର ୧ରେ ଜାମିନରେ ବାହାରିଥିଲେ l

ତେବେ ମାମଲା ର ସାକ୍ଷୀ ଥିବା ଲଳିତ ମଙ୍ଗରାଜ ସେପ୍ଟେମ୍ବର 10 ରେ ଗୋଷାଣୀନୂଆଗାଁ ଥାନାରେ ଅଭିଯୋଗ କରିଥିଲେ, ଜେଲ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ମୋବାଇଲରୁ ବିକ୍ରମ ପଣ୍ଡା ଓ ମଦନ ଦଳେଇ ଅଗଷ୍ଟ ୨୮ତାରିଖ ରେ ଫୋନ କରି କୁଆଡେ ଧମକ ଦେଇଥିଲେ । ଏହାର ତଦନ୍ତ କରି ଜେରା ପାଇଁ ପୋଲିସ ବିକ୍ରମ ଓ ସୁଶାନ୍ତ ଙ୍କୁ ଗତ ଅକ୍ଟୋବର ୬ରେ ଥାନାକୁ ଡାକିଥିଲେ l ଆଜି ପୁଣି ଥରେ ଉଭୟଙ୍କୁ ଡକା ଯାଇଛି l

You might also like