ବୁଧବାର ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ ! ବିଜେଡି ମତ ପ୍ରକାଶ କରିନି
ଭୁବନେଶ୍ୱର (ରାଜ୍ୟକାହାଣୀ )ଆସନ୍ତାକାଲି ଓଡିଶା ବନ୍ଦ ଡାକରା । ନବନିର୍ମାଣ କୃଷକ ସଂଘଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ତେବେ ସ୍କୁଲ, ଅଫିସ ଓ ବିଭିନ୍ନ ବ୍ୟବସାୟ ସମେତ ଅନେକ ଜିନିଷ ସିଧାସଳଖ ପ୍ରଭାବିତ ହେବାର ସମ୍ଭାବନା ଅଛି।ଏହି ସମୟ ମଧ୍ୟରେ, ଅତ୍ୟାବଶ୍ୟକୀୟ ଜିନିଷ ଓ ସୁବିଧାଗୁଡ଼ିକୁ କାର୍ଯ୍ୟକ୍ଷମ ରହିବ। ଯେପରିକି ମେଡିକାଲ ଦୋକାନ, ବିମାନବନ୍ଦର, ହସ୍ପିଟାଲ, ଡିପାର୍ଟମେଣ୍ଟାଲ ଷ୍ଟୋର ଓ ଅନ୍ୟାନ୍ୟ ଅନେକ ଜିନିଷ କାର୍ଯ୍ୟକ୍ଷମ ରହିପାରେ। ସାର୍ବଜନୀନ ପରିବହନ ବିଷୟରେ କୌଣସି ସୂଚନା ନାହିଁ ଯେ ଏହା ବନ୍ଦ ରହିବ କି ନାହିଁ। କିନ୍ତୁ ବିଜେଡି ଏହି ଓଡିଶା ବନ୍ଦ ଡାକରା ସମର୍ଥନ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ |