ଏହି କାରଣ ପାଇଁ ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନାବୁଦ୍ଦିନ

ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ଦୁଇ ବର୍ଷ ପୂର୍ବରୁ ନିଜ ପଦବୀରୁ ଇସ୍ତଫା ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ତାରିକ୍ ରହମାନଙ୍କ ଶାସକ ବିଏନପି ସରକାର ତାଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଥିବା ସୂଚନା ମିଳିଛି। ଦପତ୍ର ‘ପ୍ରଥମ ଆଲୋ’ ଅନୁଯାୟୀ, ରାଷ୍ଟ୍ରପତି ଶାହାବୁଦ୍ଦିନ୍‌ ନିକଟରେ ଭାରତରେ ଆଶ୍ରୟ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ପୁନର୍ବାର ଯୋଗାଯୋଗ ସ୍ଥାପନ କରିବାକୁ ଚେଷ୍ଟା କରିଥିବାରୁ ସରକାର ଅସନ୍ତୁଷ୍ଟ ଅଛନ୍ତି। ‘ଦି ଡେଲି ଷ୍ଟାର୍’ର ଏକ ଖବର ଅନୁଯାୟୀ, କେବଳ ଫୋନ୍‌ କଲ୍ ନୁହେଁ, ବରଂ ହସିନା ନିଜ ଦେଶକୁ ଫେରିବା ପାଇଁ କରିଥିବା ଘୋଷଣା ପରେ ସୃଷ୍ଟି ହୋଇଥିବା ଜଟିଳ ଓ ସମ୍ବେଦନଶୀଳ ରାଜନୈତିକ ବାତାବରଣ ମଧ୍ୟ ଏହି ଇସ୍ତଫା ପଛର ଅନ୍ୟତମ କାରଣ।ବାଂଲାଦେଶ ସମ୍ବିଧାନ ଅନୁଯାୟୀ, ଯଦି ରାଷ୍ଟ୍ରପତି ଇସ୍ତଫା ଦିଅନ୍ତି, ତେବେ ନୂତନ ରାଷ୍ଟ୍ରପତି ନିର୍ବାଚିତ ନ ହେବା ପର୍ଯ୍ୟନ୍ତ ସଂସଦର ବାଚସ୍ପତି ହାଫିଜୁଦ୍ଦିନ ଅହମ୍ମଦ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।

You might also like