MMDR ବିଲକୁ ନେଇ ବିଜେପି ସାଂସଦଙ୍କୁ ଚିଠି ଲେଖିଲେ ନବୀନ 

ଭୁବନେଶ୍ଵର (ରାଜ୍ୟ କାହାଣୀ) ଓଡ଼ିଶାର ସମସ୍ତ ବିଜେପି ସାଂସଦମାନଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । MMDR ବିଲକୁ ନେଇ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା । ଚିଠି ଲେଖି ସେ କହିଛନ୍ତି ଯେ, ସଂଶୋଧନ ବିଲ ରାଜ୍ୟ ସରକାରଙ୍କ କ୍ଷମତା ଛଡାଇ ନେଉଛି । ସାଂସଦମାନେ ଚ୍ୟାଲେଞ୍ଜ କରନ୍ତୁ, ପ୍ରତ୍ୟାହାର ଦାବି କରନ୍ତୁ । ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରନ୍ତୁ । ଇତିହାସ ସେମାନଙ୍କୁ ମନେ ରଖିବ । ବିବେକର ଡାକକୁ ଶୁଣନ୍ତୁ, ଓଡିଶା ପାଇଁ ଲଢନ୍ତୁ । ଅଗଷ୍ଟ ୧୩ରେ ଲୋକସଭାରେ MMDR ସଂଶୋଧନ ବିଲ୍ ପାସ୍ ହେବା ଓଡ଼ିଶା ପାଇଁ କଳା ଦିନ l ଏହାଦ୍ୱାରା ଓଡ଼ିଶାର ବାର୍ଷିକ ୧୨ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ହେବ । ବର୍ତ୍ତମାନ ‘ଦଳ ପାଇଁ ନୁହେଁ, ଓଡ଼ିଶା ପାଇଁ ଠିଆ ହୁଅନ୍ତୁ’। ଓଡ଼ିଶାର କ୍ଷମତାକୁ ପୁନଃସ୍ଥାପନ ପାଇଁ ସାଂସଦମାନେ ସଂସଦରେ ସ୍ୱର ଉଠାନ୍ତୁ ।ସୂଚନାଥାଉକି, ପୂର୍ବରୁ ଏମଏମଡିଆର ସଂଶୋଧିତ ବିଲ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ନବୀନ।

You might also like