ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସର ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ

ଭୁବନେଶ୍ୱର ( ରାଜ୍ୟକାହାଣୀ )ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ଗସ୍ତକୁ ନେଇ କମିଶନରେଟ୍‌ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜଟଣୀ ସ୍ଥିତ ଇନଫୋ ଭ୍ୟାଲି-୨ରେ ନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଅତ୍ୟାଧୁନିକ ଗ୍ରୀନ୍ ଫିଲ୍ମ ଡାଟା ସେଣ୍ଟରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ।ଗସ୍ତ ସମୟରେ ଆଇନଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି।ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ରାଜଧାନୀରେ ମୁତୟନ ହେବେ ୯୬ ପ୍ଲାଟୁନ୍‌ ପୁଲିସ ଫୋର୍ସ । ସୁରକ୍ଷା ଦାୟିତ୍ୱରେ ୨୨୩ ଜଣ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ସହ ୭୧ ଜଣ ଆଇଆଇସି ନିୟୋଜିତ ହେବେ । ଏହାସହ ୩୭ ଜଣ ଏଏସ୍‌ପି ଓ ଡିଏସ୍‌ପି, ୨୦ ଜଣ ଅତିରିକ୍ତ ଏସ୍‌ପି ଓ ଡିସିପି ପାହ୍ୟାର ଅଧିକାରୀ ମଧ୍ୟ ସୁରକ୍ଷା ଦାୟିତ୍ୱ ତୁଲାଇବେ ।ସେହିପରି ୧୦ ଜଣ ଏସ୍‌ପି, ଡିସିପି ଓ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀଙ୍କ ସହ ୩ ଜଣ ଡିଆଇଜି ପାହ୍ୟାର ଅଧିକାରୀ ନିୟୋଜିତ ହେବେ । ଜଣେ ଆଇଜି ପାହ୍ୟାର ଅଧିକାରୀ ସମଗ୍ର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ଭୁବନେଶ୍ୱରରୁ ଜଟଣୀ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ।

ଆଣ୍ଟି ଟେରର୍ ଟିମ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ। ଏହାସହ ଭିଡ଼ ନିୟନ୍ତ୍ରଣ, ରୁଟ୍ ଲାଇନିଂ ଓ ଟ୍ରାଫିକ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଯାତାୟାତ ବ୍ୟବସ୍ଥାକୁ ସୁଗମ ରଖିବା ପାଇଁ ଟ୍ରାଫିକ୍ ଆଡଭାଇଜରି ଜାରି କରାଯିବା ସହ ବିକଳ୍ପ ରୁଟ୍ର ବ୍ୟବସ୍ଥା ରହିବ। ଜନସାଧାରଣଙ୍କ ଯାତାୟାତ ଯେପରି ଅଧିକ ପ୍ରଭାବିତ ନହୁଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି।

You might also like