କାଶୀନଗର ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
କାଶୀନଗର , ରାଜ୍ୟ କାହାଣୀ – କାଶୀନଗର ସହର ମଧ୍ୟରେ ଥିବା ବିଜୁ କଲ୍ୟାଣ ମଣ୍ଡପ ଠାରେ ବଂଶ ଧାରା ପାଠାଗାର, ସେବା ଅନୁଷ୍ଠାନ ଓ ମେଡ଼ିଆ କ୍ଲୁବ, କାଶୀନଗରର ମିଳିତ ସହାଭାଗିତାରେ ମାଗଣା ଚକ୍ଷୁ ପରଳ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି. ଏହି ଶିବିର କୁ ଅନୁଷ୍ଠାନିକ ଭାବେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଆସି ଉଦ୍ଘାଟନ କରିଥିଲେ. ଏହି ଶିବିର ରେ ଯେଉଁ ବୃଦ୍ଧ ବା ବୃଦ୍ଧା ଙ୍କ ଚକ୍ଷୁ ରେ ପରଳ ପଡ଼ିଥିବ ସେମାନଙ୍କୁ ସମରଝୋଲା ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଠାରେ ଅପରେସନ ଦ୍ୱାରା ପରଳ ବାହାର କରାଯିବ. ଏହି ଶିବିରରେ ଶଙ୍କର ମେଡିକାଲର ନଳିନୀ ବାବୁ, ବଂଶଧାରା ପାଠାଗାର ସଭାପତି ହୃଷିକେଶ ଗୌଡ଼, ସେବା ଅନୁଷ୍ଠାନର କେ. ରାମା ରାଓ, ମେଡ଼ିଆ କ୍ଲୁବ ସଭାପତି ଆନନ୍ଦ ପାତ୍ର, ଡ଼ଃ ବେଦ ବିକାଶ, ସାମ୍ବାଦିକ ଅଜିତ ପଟନାୟକ, କିଶୋର ଜେନା ପ୍ରମୁଖ ସହଯୋଗ କରିଥିଲେ. ଶିବିରରେ କାଶୀନଗର ତଥା ଏହାର ଆଖ ପାଖ ଅଂଚଳର ବହୁ ରୋଗୀ ପହଂଚି ଚକ୍ଷୁ ପରୀକ୍ଷା କରିଥିଲେ.