ଆଇପିଏଲ ୨୦୨୬: କାମେରୁନ ଗ୍ରୀନଙ୍କ ଦାମ ୨୫ କୋଟି

ଆଇପିଏଲ ୨୦୨୬ ପାଇଁ ଚାଲିଛି ମିନି ନିଲାମୀ। ମଙ୍ଗଳବାର ଅର୍ଥାତ ୧୬ ଡିସେମ୍ବରରେ ଆବୁଧାବିର ଏତିହାଦ ଏରିନାରେ ଏହା ଚାଲିଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କ ଉପରେ ହୋଇଛି ଟଙ୍କାର ବର୍ଷା। ଅଷ୍ଟ୍ରେଲିୟ ଅଲରାଉଣ୍ଡର କାମେରୁନ ଗ୍ରୀନଙ୍କ ଦାମ ୨୫ କୋଟି ୨୦ ଲକ୍ଷ । ଗ୍ରୀନଙ୍କ ପାଇଁ ସିଏସକେ ସହ କଡା ଟକ୍କର ପରେ କିଣିଲା କେକେଆର । ଶ୍ରୀଲଙ୍କାର ହାସରଙ୍ଗାଙ୍କୁ ବେସ ପ୍ରାଇସ ୨ କୋଟିରେ କିଣିଲା ଏଲଏସଜି । କାମେରୁନ ଗ୍ରୀନ ଏବେ ଆଇପିଏଲ ନିଲାମ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ହୋଇସାରିଛନ୍ତି । ମିଚେଲ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି । ଯାହାକୁ ୨୦୨୪ ଆଇପିଏଲ ନିଲାମରେ କେକେଆର ୨୪ କୋଟି ୭୫ ଲକ୍ଷରେ କିଣିଥିଲା ।ଏହା ସହ ଗ୍ରୀନ୍ ତାଙ୍କ ଦେଶର ମିଚେଲ୍ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି। ତାଙ୍କୁ ୨୦୨୪ ମସିହାରେ କେକେଆର ୨୪.୭୫ କୋଟିରେ କିଣିଥିଲା। ଏଠାରେ ଉଲ୍ଲେଖନୀୟ ଯେ ଯଦିଓ କୋଲକାତା ନାଇଟ୍ ରାଇଡର୍ସ କ୍ୟାମେରନଙ୍କୁ ୨୫.୨ କୋଟିରେ କିଣିଛି କିନ୍ତୁ , ଗ୍ରୀନ୍‌ଙ୍କୁ କେବଳ ୧୮ କୋଟି ମିଳିବ। ୭.୨ କୋଟି ବିସିସିଆଇର କଲ୍ୟାଣ ପାଣ୍ଠିରେ ଜମା କରାଯିବ। ଗତ ବର୍ଷ, ବିସିସିଆଇ ମିନି-ନିଲାମରେ ବିଦେଶୀ ଖେଳାଳିଙ୍କ ପାଇଁ ୧୮ କୋଟିର ଅପର ଲିମିଟ ସୀମା ସ୍ଥିର କରିଥିଲା, ଯାହା ଫଳରେ ବିଦେଶୀ ଖେଳାଳିମାନେ ଅଧିକ ଚାହିଦାର ଅଯଥା ଲାଭ ଉଠାଇ ପାରିବେ ନାହିଁ।

You might also like