ଆଇସିସି ମାନ୍ୟତା : ଦିନିକିଆରେ ବିରାଟ କୋହଲି ନଂ୧

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟତମ ଦିନିକିଆ ମାନ୍ୟତା ପ୍ରକାଶ ପାଇଛି । ଏହା ଅନୁସାରେ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ବିଶ୍ବର ନଂ୧ ମାନ୍ୟତା ପ୍ରଦାନ କରାଯାଇଛି । ୭୮୫ ପଏଣ୍ଟ ସହ ସେ ପ୍ରଥମ ସ୍ଥାନରେ ଅଛନ୍ତି । ସେ ଦୀର୍ଘ ଦିନ ପରେ ପୁଣି ଥରେ ନମ୍ବର ୱାନ ସ୍ଥାନ ହାସଲ କରିଛନ୍ତି। ପୂର୍ବରୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଏଥର ସେ ଗୋଟିଏ ସ୍ଥାନ ଉନ୍ନତି କରିଛନ୍ତି। ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ସେ ୭୮୪ ରେଟିଂ ସହିତ ଏବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହାର ଅର୍ଥ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ବ୍ୟାଟ୍ସମ୍ୟାନ ମଧ୍ୟରେ କେବଳ ଗୋଟିଏ ରେଟିଂ ପଏଣ୍ଟ ପାର୍ଥକ୍ୟ ଅଛି। ୩ୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ । ଟ୍ବେଣ୍ଟି-୨୦ ମାନ୍ୟତାରେ ଭାରତର ଅଭିଷେକ ଶର୍ମା ନଂ୧ରେ ଥିବାବେଳେ ଦ୍ବିତୀୟ ସ୍ଥାନରେ ଅଛନ୍ତି ଇଂଲଣ୍ଡର ଫିଲିପ ସଲ୍ଟ ।

You might also like