ବାଂଲାଦେଶ ଦାବିକୁ ପ୍ରତ୍ୟାଖ୍ୟାନ କଲା ICC , ଭାରତରେ T-୨୦ ବିଶ୍ୱକପ୍ ମ୍ୟାଚ୍ ନଖେଳିଲେ କଟିବ ପଏଣ୍ଟ

ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କଲା କ୍ରିକେଟର ପ୍ରଶାସକ ସଂସ୍ଥା ICC । ବାଂଲାଦେଶ ICC କୁ ଭାରତରୁ T20 ବିଶ୍ୱକପ୍ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା । ଟି-୨୦ ବିଶ୍ୱକପ୍ ପାଇଁ ସ୍ଥାନ ପରିବର୍ତ୍ତନ କରିବା ପାଇଁ ବାଂଲାଦେଶର ଅନୁରୋଧକୁ ଆଇସିସି ପ୍ରତ୍ୟାଖ୍ୟାନ କରିଛି | ଆଇସିସି ସ୍ପଷ୍ଟ ଭାବରେ କହିଛି ଯେ, ବାଂଲାଦେଶକୁ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଯାତ୍ରା କରିବାକୁ ପଡିବ । ବାଂଲାଦେଶ ନ ଖେଳିଲେ ପଏଣ୍ଟ ହରାଇବାକୁ ପଡିବ । ଭାରତରେ ବାଂଲାଦେଶ ଖେଳାଳିଙ୍କ ସୁରକ୍ଷାକୁ ନେଇ କୌଣସି ବିପଦ ନାହିଁ । ତେଣୁ ଆଇସିସି ବାଂଲାଦେଶର ଅନୁରୋଧକୁ ଅସ୍ବୀକାର କରିଛି ।ଆଇସିସି ପକ୍ଷରୁ ଉକ୍ତ ବିବାଦର ସମାଧାନ ନେଇ ଉଦ୍ୟମ ଆରମ୍ଭ ହୋଇଛି। ବିସିବିକୁ ଉକ୍ତ ନିଷ୍ପତ୍ତିର ପୁନଃବିଚାର କରିବାକୁ ଆଇସିସିରୁ ପରାମର୍ଶ ଦିଆଯାଇଛି। ବିଶ୍ବକପ ଆଉ ମାତ୍ର ଏକ ମାସ ଥିବାବେଳେ ଏତେ କମ ସମୟ ମଧ୍ୟରେ ମ୍ୟାଚଗୁଡ଼ିକର ସ୍ଥାନ ବଦଳାଇବା ସମ୍ଭବ ନୁହେଁ। ଏଥିପାଇଁ କାର୍ଯ୍ୟସୂଚୀ ଓ ଲଜିଷ୍ଟିକ୍ସ ଆଦି ବିଭିନ୍ନ ସମସ୍ୟା ରହିଛି। ଏଣୁ ଭାରତରେ ନଖେଳିବା ସଂପର୍କିତ ନିଜର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ବିସିବିକୁ ଅନୁରୋଧ କରିଛି ଆଇସିସି। ସୂଚନାମୁତାବକ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ସଭାପତି ଅମିନୁଲ ଇସଲାମ ଟି୨୦ ବିଶ୍ବକପ ପାଇଁ ବାଂଲାଦେଶ ଦଳ ଭାରତ ଯିବ ନାହିଁ ବୋଲି ଆଇସିସିକୁ ଅବଗତ କରାଇଥିଲା। ଏପରିକି ଭାରତରେ ଦଳ ଖେଳିବାକୁ ଥ‌ିବା ମ୍ୟାଚକୁ ଶ୍ରୀଲଙ୍କା ସ୍ଥାନାନ୍ତର ନେଇ ମଧ୍ୟ ଦାବି କରିଛି।

You might also like