IPL ଟ୍ରଫି ଜିତିବା ପରେ ପ୍ରେମାନନ୍ଦ ମହାରାଜଙ୍କଠାରୁ ଆଶୀର୍ବାଦ ନେଲେ ବିରାଟ କୋହଲି

ଭାରତର ଷ୍ଟାର ବ୍ୟାଟସମ୍ୟାନ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି, ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ମଙ୍ଗଳବାର ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଛନ୍ତି। ଭକ୍ତିରେ ବୁଡ଼ି ରହିଥିବା ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଏହି ଭାଇରାଲ ହେଉଥିବା ଭିଡିଓରେ ଦୁହିଁଙ୍କୁ ସାଧାରଣ ଗେଟଅପରେ ଦେଖିବାକୁ ମିଳିଛି । ଦୁହେଁ ମାସ୍କ ମଧ୍ୟ ପିନ୍ଧିଥିବାର ଦେଖିବାକୁ ମିଳିଛି । ଅନୁଷ୍କା ଗୋଟିଏ ଗୋଲାପୀ ରଙ୍ଗର ସାଲୱାର ସୁଟ୍ ଡ୍ରେସରେ ନଜର ଆସିଥିବାବେଳେ ବିରାଟ କୋହଲି ମାଟିଆ ରଙ୍ଗର ଛୋଟ କୁର୍ତ୍ତା ଏବଂ ବେଜ୍ ଟ୍ରାଉଜରରେ ନଜର ଆସିଛନ୍ତି । ଉଭୟେ ଖାଲି ପାଦରେ ଚାଲୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏଥିସହିତ ତାଙ୍କର ଏହି ଚମତ୍କାର ବିଜୟର ଖୁସି ପ୍ରେମାନନ୍ଦ ମହାରାଜଙ୍କ ସହ ବାଣ୍ଟିଛନ୍ତି । ଉଲ୍ଲେଖନୀୟ ଯେ IPL ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କ ଆଶୀର୍ବାଦ ମଧ୍ୟ ନେଇଥିଲେ। ଏବେ, IPL ଚାମ୍ପିଅନ ହେବା ପରେ, ସେ ପୁଣି ଥରେ ତାଙ୍କ ଗୁରୁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିଛନ୍ତି।

You might also like