ଚିଠା ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଦାଖଲ କରିପାରିବେ ଭୋଟର

ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ଚିଠା ତାଲିକାରୁ ପୁରୁଣା ଭୋଟରଙ୍କ ନାମ କଟିଥିଲେ, ସେମାନେ ନିଜ ନାମ ଯୋଡ଼ିବା ପାଇଁ ଫର୍ମ-୬ ଦାଖଲ କରିପାରିବେ। ଲୋକ ପ୍ରତିନିଧି ଆଇନ, ୧୯୫୦ର ଧାରା ୩୧ ଅଧୀନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ନ ରଖି ପୁରୁଣା ଭୋଟରମାନେ ସେମାନଙ୍କ ନାମ ଭୋଟର ତାଲିକାରେ ଯୋଡ଼ିବା ପାଇଁ ଫର୍ମ-୬ ଦାଖଲ କରିପାରିବେ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପତ୍ର ଲେଖି ଏହା ଜଣାଇଛନ୍ତି। ଏହି ଦ୍ୱନ୍ଦ୍ୱ ଦୂର କରି କମିସନ କହିଛନ୍ତି, ଚିଠା ତାଲିକାରୁ ନାଁ ବାଦ୍ ପଡ଼ିଥିବାରୁ ଫର୍ମ-୬ ଦାଖଲ କରିବା ମାତ୍ରେ ତାହା ମିଥ୍ୟା ଘୋଷଣା ହେବ ନାହିଁ। କେବଳ ପୂର୍ବରୁ ନାଁ ଥିବା କାରଣରୁ ଜନପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୩୧ ଅନୁଯାୟୀ ମାମଲା ହୋଇପାରିବ ନାହିଁ। ତେବେ ଅନ୍ୟ ସ୍ଥାନରେ ପଞ୍ଜିକରଣ କିମ୍ବା ଜାଣିଶୁଣି ମିଥ୍ୟା ତଥ୍ୟ ଦେବା କ୍ଷେତ୍ରରେ ଏହି ସୁରକ୍ଷା ଲାଗୁ ହେବ ନାହିଁ।

You might also like