ଡିଜି ଚୟନ ପ୍ରସଙ୍ଗ : ଭୁଲ କରୁଛନ୍ତି ସରକାର -ବିଜେଡି ବିଧାୟକ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଡିଜି ଚୟନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମାମଲାକୁ ନେଇ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ପ୍ରତିକ୍ରିୟା । ବିଜେପି ସରକାର ସବୁଥିରେ ବିଫଳ । ସୁପ୍ରିମକୋର୍ଟ ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ଜାଣିଶୁଣି ଭୁଲ କରୁଛନ୍ତି ସରକାର । ସୁପ୍ରିମକୋର୍ଟ କହିଛନ୍ତି ଡିଜି ନିଯୁକ୍ତିରେ ରାଜନୈତିକ ହସ୍ତକ୍ଷେପ ରହିବ ନାହିଁ । ବିଜେପି ସରକାର ଆଇନ ବ୍ୟବସ୍ଥାକୁ ମାନିବାକୁ ନାରାଜ ବୋଲି ବିଧାୟକ ଧ୍ରୁବ ସାହୁ କହିଛନ୍ତି । ତେବେ ସୁପ୍ରିମ କୋର୍ଟରେ ରାଜ୍ୟ ଡିଜିପି ଚୟନ ପ୍ରକ୍ରିୟା ମାମଲା ଅଛି । ବରିଷ୍ଠ ତାଲିକାରୁ ଜଣଙ୍କୁ ବାଦ ଦେବା ଏବଂ ଅନ୍ୟ ଜଣଙ୍କୁ ଯୋଡିବା ପାଇଁ ସରକାରୀ ସ୍ତରରେ ଭିନ୍ନ ମୋଡ ନେଉଛି । ଆସନ୍ତାକାଲି ନୂଆ ଦିଲ୍ଲୀରେ ୟୁପିଏସସି ଚୟନ କମିଟିରେ ବୈଠକ ପାଇଁ ଯୋଜନା ହେଉଥିବା ବେଳେ ସୁପ୍ରିକୋର୍ଟରେ ମାମଲାର ଶୁଣାଣି କରାଯିବ । ଏ ସଂକ୍ରାନ୍ତରେ ଏକ ଜନସ୍ୱାର୍ଥ ମାମଲା ସୁପ୍ରିମ କୋର୍ଟରେ ଜରୁରୀ ଶୁଣାଣି କରାଯିବ । ସୋମବାର ୧୯୯୪ ବ୍ୟାଚର ଦୁଇ ବରିଷ୍ଠ ଆଇପିଏସ ସଞ୍ଜୀବ ପଣ୍ଡା ଏବଂ ଯଶୋବନ୍ତ ଜେଠୱାଙ୍କୁ ରାଜ୍ୟ ସରକାର ଡିଜି ପାହ୍ୟାକୁ ପଦୋନ୍ନିତ ଦେବା ପରେ ରାଜ୍ୟ ପୋଲିସ ମୁଖ୍ୟା ଚୟନ ପାଇଁ ବାଟ ଫିଟିଥିଲା । ପୂର୍ବରୁ ବରିଷ୍ଠତା ଭିତରେ ସୁଧାଂଶୁ ଷଡଙ୍ଗୀ , ସୁଶାନ୍ତ ନାଥ ଏବଂ ଆରତୀ କୋଚେଙ୍କର ନାଁ ଆଗରେ ରହିଥିଲା । ସୁଶାନ୍ତ ନାଥଙ୍କର ନାମ ସରକାର ବାଦ ପକାଇ ସଞ୍ଜୀବ ପଣ୍ଡାଙ୍କ ନାଁ ଆଗକୁ ଆଣିଥିଲେ । ଶ୍ରୀ ପଣ୍ଡାଙ୍କୁ ସରକାରଙ୍କ ପ୍ରଥମ ପସନ୍ଦ ହୋଇଥିବାରୁ ତାଙ୍କ ନାଁ ଚର୍ଚ୍ଚାରେ ଆଗରେ ରହିଛି ।