ବୈଧ ପ୍ରମାଣପତ୍ରର ଅଭାବ; ୨ ଲକ୍ଷ ଗାଡ଼ିର ପଞ୍ଜୀକରଣ ବାତିଲ
ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ଲାଗୁ କରି ଦୁର୍ଘଟଣା ତଥା ଏଥି ଜନିତ ମୃତାହତ ସଂଖ୍ୟା ହ୍ରାସ କରିବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ।ବୈଧ ବୀମା, ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର ତଥା ଫିଟ୍ନେସ୍ ନ ଥିବାରୁ ଓଡ଼ିଶାରେ ପ୍ରାୟ ୨ ଲକ୍ଷରୁ ଅଧିକ ଗାଡ଼ିର ପଞ୍ଜୀକରଣ ବାତିଲ (ପରମାନେଟ୍ ଆର୍କାଇଭ୍) କରାଯାଇଛି। ଏଥିରେ ବାଣିଜ୍ୟିକ ଏବଂ ଘରୋଇ ଗାଡ଼ି ଅନ୍ତର୍ଭୁକ୍ତ। ଏହି ମର୍ମରେ ରାଜ୍ୟରେ ଗଡ଼ୁଥିବା ଆହୁରି ପ୍ରାୟ ୨୫ ଲକ୍ଷ ଗାଡ଼ିର ପଞ୍ଜୀକରଣ ବାତିଲ ହେବା ସମ୍ଭାବନା ରହିଛି। ଭାରତ ସରକାରଙ୍କ ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଦୁଇ ବର୍ଷରୁ ଅଧିକ ସମୟ ଧରି କୌଣସି ଗାଡ଼ିର ବୀମା/ପ୍ରମାଣପତ୍ର ନବୀକରଣ ହୋଇ ନ ଥିଲେ ତାହାର ଆରସି ବାତିଲ କରାଯାଉଛି।ଟୋଲ୍ ଗେଟ୍ରେ କାର୍ଯ୍ୟକାରୀ ହୋଇଥିବା ଇ-ଡିଟେକ୍ସନ୍ ବ୍ୟବସ୍ଥା ଜରିଆରେ ନିୟମ ଖିଲାପ କରୁଥିବା ଗାଡ଼ିକୁ ଚିହ୍ନଟ କରାଯାଉଛି । ଏହି ସମୟରେ ଚିହ୍ନଟ ହୋଇଥିବା ୨ ଲକ୍ଷରୁ ଅଧିକ ଗାଡ଼ିର ପଞ୍ଜୀକରଣକୁ ପରମାନେଟ ଆର୍କାଇଭ୍ ବର୍ଗରେ ତାଲିକାଭୁକ୍ତ କରାଯାଇଛି ।
ଏହି ଅନୁସାରେ, ରାଜ୍ୟରେ ଗଡ଼ୁଥିବା ଆହୁରି ପ୍ରାୟ ୨୫ ଲକ୍ଷ ଗାଡ଼ିର ପଞ୍ଜୀକରଣ ବାତିଲ ହେବା ନେଇ ସମ୍ଭାବନା ରହିଛି । ବୈଧ ବୀମା, ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର ତଥା ଫିଟ୍ନେସ୍ ସାର୍ଟିଫିକେଟ୍ ନଥିବା ଗାଡି ରାସ୍ତାରେ ଚଳାଚଳ କରୁଥିବା ଦେଖାଗଲେ ତୁରନ୍ତ ତାହା ଜବତ କରାଯିବ ।