ଦିଲ୍ଲୀରେ ଦୀପାବଳି ପୂର୍ବରୁ ନିଶ୍ୱାସ ନେବା ହେଲା ମୁସକିଲ୍; ସାଙ୍ଘାତିକ ସ୍ଥିତି, ଏକ୍ୟୁଆଇ ୩୫୦

ଦୀପାବଳି ପୂର୍ବରୁ ଦିଲ୍ଲୀର ପବନ ଶ୍ୱାସରୁଦ୍ଧ ହୋଇଯାଇଛି । ଆଜି ସକାଳେ ରାଜଧାନୀର ଅନେକ ଅଞ୍ଚଳରେ ବାୟୁ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଛି । ଏଥି ସହିତ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ମଧ୍ୟ ୩୫୦ ପାଖାପାଖି ପହଞ୍ଚିଛି । ଦୀପାବଳି ପୂର୍ବରୁ ଦିଲ୍ଲୀର ପବନ ଶ୍ୱାସରୁଦ୍ଧ ହୋଇଯାଇଛି । ସୂଚନାନୁସାରେ, ବାୟୁ ଗୁଣବତ୍ତା ସୂଚକାଙ୍କ ୩୫୪, ତାଲକଟୋରା ଗାର୍ଡେନରେ ୩୨୨, ଉତ୍ତମ ନଗରରେ ୩୧୦, ବିବେକ ବିହାରରେ ୩୭୬, ୱାଜିରପୁରରେ ୩୨୨, ଓଖଲା ଫେଜ୍-୨ରେ ୩୫୦, ପାଦପଦଗଞ୍ଜରେ ୩୫୭, ପଞ୍ଜାବୀ ବାଗରେ ୩୯୯, ପୁସାରେ ୩୪୦, ଆରକେ ପୁରମରେ ୩୭୦, ରୋହିଣୀରେ ୩୯୯, ମୁଦ୍ରିକାରେ ୩୭୭, ନଜଫଗଡ଼ରେ ୩୧୩, ନାଙ୍ଗଲୋଇରେ ୩୧୯, ନରେଲାରେ ୩୭୫, ମନ୍ଦିର ମାର୍ଗରେ ୩୪୦, ନର୍ଥ କ୍ୟାମ୍ପସ, ଡିୟୁରେ ୩୫୯, ଆଇଆଇଟି ଦିଲ୍ଲୀରେ ୩୩୭ ଏବଂ ଜାହାଙ୍ଗୀରପୁରୀରେ ୪୨୦ ରେକର୍ଡ କରାଯାଇଛି।”ଦୀପାବଳି ପୂର୍ବରୁ ଯଦି ଏଭଳି ସ୍ଥିତି ଉପୁଜିଛି ତେବେ ଏହାପରେ ସ୍ଥିତି ଆହୁରି ସାଙ୍ଘାତିକ ହୋଇପାରେ ।୫୦% କାମ ଘରୁ, ପୁରୁଣା ଗାଡ଼ି ଉପରେ କଟକଣା- ବାୟୁ ପ୍ରଦୂଷଣ ରୋକିବା ଲାଗି ଦିଲ୍ଲୀ-ଏନସିଆରରେ ନଭେମ୍ବର ୧ ବା ଗତକାଲିଠାରୁ ନୂଆ କଟକଣା ଲାଗୁ ହୋଇଛି । ଏବେ ଦିଲ୍ଲୀ ବାହାରେ ପଞ୍ଜୀକୃତ ବିଏସ୍-୪ରୁ କମ୍ ମାନକର ଗାଡ଼ି ଜାତୀୟ ରାଜଧାନୀରେ ଚାଲିପାରିବ ନାହିଁ । ଏଥିସହିତ ସରକାରୀ ଏବଂ ଘରୋଇ ଅଫିସ୍ ଗୁଡିକରେ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ ।

You might also like