DG ପାହ୍ୟକୁ ଗଲେ ସଞ୍ଜୀବ ପଣ୍ଡା ଏବଂ ଯଶୋବନ୍ତ ଜେଠୱା
ଭୁବନେଶ୍ୱର (ରାଜ୍ୟ କାହାଣୀ )ନୂଆ ଡିଜିପି ନିଯୁକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆସିଛି ବଡ଼ ଖବର । ଏଡିଜି ପାହ୍ୟାରୁ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦୋନ୍ନତି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।୧୯୯୪ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ସଞ୍ଜୀବ ପଣ୍ଡା । ଓଡ଼ିଶା ପୋଲିସର ଅଧିକାରିକ ସିଭିଲ୍ ଲିଷ୍ଟ ଅନୁସାରେ ତାଙ୍କ ଜନ୍ମସ୍ଥାନ କଟକ ଏବଂ ଜନ୍ମତାରିଖ ଜୁଲାଇ ମାସ ୭ ତାରିଖ, ୧୯୬୮ ମସିହା । ନିଜ କାର୍ଯ୍ୟକାଳ ସମୟରେ ଅନେକ ଉପଲବ୍ଧ ହାସଲ କରିଛନ୍ତି ସଞ୍ଜୀବ ପଣ୍ଡା । ଏପିରିକି ନିକଟରେ ଶେଷ ହୋଇଥିବା ମାଓ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସଞ୍ଜୀବ ପଣ୍ଡା ।
ସେହିପରି ୧୯୯୪ ଓଡ଼ିଶା କ୍ୟାଡରର ଆଇପିଏସ୍ ଯଶବନ୍ତ କୁମାର ଜେଠଓ୍ୱା । ବର୍ତ୍ତମାନ ସେ ଓଡ଼ିଶା ଭିଜିଲାନ୍ସରେ ଦାୟିତ୍ୱ ତୁଲାଉଛନ୍ତି । ପୂର୍ବରୁ ସେ ଓଡ଼ିଶା ପୋଲିସର ADG Law & Order,ADG Crime Branch ଏବଂIG, Special Protection Group (SPG)ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ରହି ସାରିଛନ୍ତି। ୨୦୧୫ ରୁ ୨୦୨୦ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ଯଶବନ୍ତ ଜେଠଓ୍ୱା । ଏହି ସମୟରେ େSPGରେ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୨୩ରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପାଇସାରିଛନ୍ତି ।