୩ ଦିନର ରେସ୍କ୍ୟୁ ଅପରେସନ ପରେ ଜାଲରେ ଧରା ପଡିଲା ହଂସ ଖିଆ କୁମ୍ଭୀର

ଭୁବନେଶ୍ୱର (ରାଜ୍ୟ କାହାଣୀ )ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅନ୍ତର୍ଗତ ଚିତାପାରି-୩ ପଞ୍ଚାୟତର ଏମଭି-୧୦୪ ଗାଁରେ ପୋଖରୀରେ ପଶିଥିବା କୁମ୍ଭୀରକୁ ଆଜି ବନ ବିଭାଗ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କୁମ୍ଭୀରଟି ୯୦ରୁ ଅଧିକ ହଂସ ସହ ପୋଖରୀର ବହୁ ମାଛ ଖାଇଥିବା ନେଇ ଅଭିଯୋଗ ହୋଇଥିଲା ।

ବନ ବିଭାଗର ରାପିଡ ରେସପନ୍ସ ଟିମ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀରକୁ ସୁରକ୍ଷିତ ଭାବେ ଧରିବା ପାଇଁ ଅପରେସନ ଆରମ୍ଭ କରିଥିଲା । ଦୁଇ ଦିନ ଧରି ନାକେଦମ ହେବା ପରେ ଶେଷରେ ବନ ବିଭାଗ କୁମ୍ଭୀରଟିକୁ ଧରିବାରେ ସଫଳ ହୋଇଛି । କୁମ୍ଭୀର କୁ ଧରି ରାପିଡ ରେସପନ୍ସ ଟିମ ମାଲକାନଗିରି ଡିଏଫଓ କାର୍ଯ୍ୟାଳୟକୁ ଆସିଛନ୍ତି । ଉଦ୍ଧାର ହୋଇଥିବା କୁମ୍ଭୀରର ଲମ୍ବ ପ୍ରାୟ ୪ ଫୁଟ ହୋଇଥିବା ବେଳେ ଏହାର ବୟସ ପ୍ରାୟ ଅଢ଼େଇ ବର୍ଷ ବୋଲି ଜଣାପଡ଼ିଛି। ଏହା ବଉଳା ପ୍ରଜାତିର କୁମ୍ଭୀର ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।ସ୍ୱାସ୍ଥ୍ୟ ପରିକ୍ଷା ପରେ କୁମ୍ଭୀରଟି କୁ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଛଡାଯିବ।

You might also like