ରେଳ କର୍ମଚରୀଙ୍କୁ ୭୮ ଦିନର ବୋନସ୍
ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର । ଚଳିତ ପାର୍ବଣ ଋତୁରେ ସେମାନଙ୍କୁ କେନ୍ଦ୍ର ସରକାର ଭେଟି ଦେଉଛନ୍ତି ୭୮ ଦିନର ବୋନସ । ରେଳ ବିଭାଗରେ କାମ କରୁଥିବ ୧୧.୪୦ ଲକ୍ଷ କର୍ମଚାରୀ ଏଥିରେ ଉପକ୍ରୁତ ହେବେ । ଏଥିପାଇଁ କେନ୍ଦ୍ର ସରକାର ଅତିରିକ୍ତ ୨୦୦୯.୬୧ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦିନରାତି ପରିଶ୍ରମ କରୁଥିବା ରେଳ କର୍ମଚାରୀଙ୍କ ପାଇଁ ଏହା ଦୀପାବଳି ଉପହାର । ପର୍ବପର୍ବାଣୀ ସମୟରେ ମଧ୍ୟ ଅନେକ କର୍ମଚାରୀ ନିଜ ପରିବାରଠାରୁ ଦୂରରେ ରହି ରେଳ ଧାରଣା, ଟ୍ରେନ୍ ଓ ୱାର୍କସପ୍ରେ କାର୍ଯ୍ୟ କରିଥାନ୍ତି ।ଚଳିତ ବର୍ଷ ରେଳ କର୍ମଚାରୀଙ୍କ ଉତ୍କୃଷ୍ଟମାନର କାର୍ଯ୍ୟକୁ ଦୃଷ୍ଟିରେ ରଖି ପୁରସ୍କାର ସ୍ୱରୂପ ସେମାନଙ୍କୁ ଏହି ବୋନସ ପ୍ରଦାନ କରାଯିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ରେଳ ମନ୍ତ୍ରାଳୟ ରେକର୍ଡ ପରିମାଣର ସଫଳତା ହାସଲ କରିଛି । ୨୦୨୫-୨୬ ବର୍ଷରେ ରେଳବାଇ ମୋଟ ୧,୬୭୦ ମିଲିୟନ ଟନ୍ ସାମଗ୍ରୀ ପରିବହନ କରିଥିବା ବେଳେ ୭.୪୧ ବିଲିୟନ ଯାତ୍ରୀ ପରିବହନ କରିଛି ।