ଏୟାର ଇଣ୍ଡିଆ ବିମାନକୁ ହାଇଜାକ୍ ଆଲର୍ଟ,ଜୟପୁରରେ ଏମରଜେନ୍ସି ଲ୍ୟାଣ୍ଡିଂ

ପ୍ଲାଏଦୁବାଇ ବିମାନକୁ ହାଇଜ୍ୟାକ ଉଦ୍ୟମ ଏବଂ ଭାରତୀୟ ପାଇଲଟ୍ ସ୍ମିଥ ମାଛରଙ୍କ ସାହସିକ କାର୍ଯ୍ୟ ମନରୁ ନ ଲିଭୁଣୁ ଏମିତି ଆଉ ଏକ ଘଟଣା ସାମ୍ନାକୁ ଆସିଛି।। ଜର୍ମାନୀର ଫ୍ରାଙ୍କଫ୍ରଟରୁ ଦିଲ୍ଲୀ ଅଭିମୁଖେ ଯାଉଥିବାବେଳେ ବିମାନକୁ ହାଇଜାକ ଆଲର୍ଟ ମିଳିଥିବା ଜଣାପଡିଛି । ଏହି ସୂଚନା ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ।ବିମାନକୁ ହାଇଜାକ୍ ଆଲର୍ଟ ମିଳିବା ପରେ ଜୟପୁର ଏୟାରପୋର୍ଟରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ AI-2030 । ବିମାନଟି ଗତକାଲି ରାତି ୧୦ଟା ୪୫ରେ ଜର୍ମାନୀର ଫ୍ରାଙ୍କଫର୍ଟରୁ ଉଡ଼ାଣ ଭରିଥିଲା। ତେବେ ସୁରକ୍ଷା ଏଜେନ୍ସିର ଯାଞ୍ଚ ପରେ ଏହା ଗୁଜବ ଥିବା ଜଣା ପଡ଼ିଛି।ଏୟାରପୋର୍ଟ ପ୍ରୋଟୋକଲ ସହିତ ଜୟପୁର ପୋଲିସର ବୋମା ନିଷ୍କ୍ରିୟକାରୀ ଦଳ, ଅଗ୍ନିଶମ ବାହିନୀ ଏବଂ ଅନ୍ୟ ଟିମ୍ ବିମାନ ବନ୍ଦରରେ ପହଞ୍ଚିଥିଲେ। ରାଜସ୍ଥାନ ପୋଲିସର ଏଡିଜି ସମେତ ଅନେକ ପୋଲିସ ଅଧିକାରୀ ମଧ୍ୟ ଖବର ମିଳିବା ମାତ୍ରେ ତତକ୍ଷଣାତ ବିମାନ ବନ୍ଦରରେ ପହଞ୍ଚିଥିଲେ। ସୁରକ୍ଷା ପ୍ରୋଟୋକଲ ଅନୁସାରେ ଏବେ ବିମାନଟିକୁ ସମ୍ପୂର୍ଣ୍ଣ ରୂପେ ଯାଞ୍ଚ କରାଯାଉଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଛନ୍ତି । ଘଟଣା ବିଷୟରେ ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି ସୂଚନା ଜାରି କରିନାହାଁନ୍ତି ।

You might also like