୪ ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ ।

ଦେଶର ଚାରୋଟି ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ଗୁରୁବାର ଜୁନ ୧୯, ୨୦୨୫ରେ ମତଦାନ ଆରମ୍ଭ ହୋଇଛି। କେରଳର ନିଲାମ୍ବୁର, ପଞ୍ଜାବର ଲୁଧିଆନା ପଶ୍ଚିମ, ପଶ୍ଚିମବଙ୍ଗର କାଳିଗଞ୍ଜ ଏବଂ ଗୁଜରାଟର ବିସାବାଦର ଏବଂ କାଡିରେ ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଦିଆଯାଉଛି।ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ଆସନ ମଧ୍ୟରେ କେରଳର ନିଲାମ୍ବୁରୁ ରାଜ୍ୟ ରାଜନୀତି ଦୃଷ୍ଟିକୋଣରୁ ଖୁବ ଗୁରୁତ୍ବପୂର୍ଣ୍ଣ । ଏଲଡିଏଫ ସମର୍ଥିତ ବିଭି ଅନବରଙ୍କ ଇସ୍ତଫା ପରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିରେ ବିରୋଧୀ ୟୁଡିଏଫର କଂଗ୍ରେସ ପ୍ରାର୍ଥୀ ଆରିୟାଧାଦ ସୌକାତ, ଶାସକ ଏଲଡିଏଫ ପ୍ରାର୍ଥୀ ଏମ ସ୍ବରାଜ ଓ ସ୍ବାଧୀନପ୍ରାର୍ଥୀ ପିଭି ଅନୱରଙ୍କ ମଧ୍ୟରେ ତ୍ରୀମୁଖୀ ଲଢ଼େଇ ହେଉଛି ।

ବିଜେପି ଏଠାରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ମୁଖ୍ୟତ ଏହି ଉପରୋକ୍ତ ୩ଜଣ ମଧ୍ୟରେ ଭୋଟରଙ୍କ ମନ ଜିତିବା ପାଇଁ ପ୍ରଚାର ଜୋରଦାର ହୋଇଥିଲା । ସେହିଭଳି ପଞ୍ଜାବ ଲୁଧିୟାନା ପଶ୍ଚିମ ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ଉପରେ ନଜର ରହିବ । ଏଠାକାର ଆପ ବିଧାୟକ ଗୁରୁପ୍ରୀତ ଗୋଗଇଙ୍କ ମୃତ୍ୟୁ ଯୋଗୁଁ ଉପନିର୍ବାଚନ ହେଉଛି । ଗୁଜରାଟ କଡିର ବିଜେପି ବିଧାୟକ କରଣସିଂ ପଞ୍ଜାବୀଭାଇ ଶୋଲାଙ୍କୀଙ୍କ ମୃତ୍ୟୁ ଓ ଭିସାଭଦ୍ରର ଆପ ବିଧାୟକ ଓ ଭୁପେନ୍ଦ୍ରଭାଇ ଭୟାନୀ ଇସ୍ତଫା କାରଣରୁ ଉପନିର୍ବାଚନ ହେଉଛି । ଏହାଛଡା ପଶ୍ଚିମବଙ୍ଗର କାଲିଗଞ୍ଜ ଟିମଏସି ବିଧାୟକ ନସିରୁଦ୍ଧିନ ଅହମଙ୍କ ମୃତ୍ୟୁ ପରେ ହେଉଛି ଉପନିର୍ବାଚନ ।

You might also like