ଆଜି ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ

ଆଜି ଅର୍ଥାତ୍ ୨୭ ଜାନୁଆରୀ ୨୦୨୬, ମଙ୍ଗଳବାର ଦିନ ଦେଶର ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ୫-ଡେ ବ୍ୟାଙ୍କିଙ୍ଗ୍ ଏବଂ ପେନସନ୍ ସଂସ୍କାର ଭଳି ବିଭିନ୍ନ ଦାବିକୁ ନେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ୍ କାମ ବାଧାପ୍ରାପ୍ତ ହୋଇପାରେ। ଆଜି ବ୍ୟାଙ୍କ ବନ୍ଦ ରହିଲେ କ୍ରମାଗତ ୩ ଦିନ ଧରି ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହେବେ ଗ୍ରାହକ । ରବିବାର ଛୁଟି ପରେ ସୋମବାର ସାଧାରଣତନ୍ତ୍ର ଦିବସ ଛୁଟି ଥିଲା ।

ରାଷ୍ଟ୍ରାୟତ୍ତ ବ୍ୟାଙ୍କ (Public Sector Banks): ଏହି ଧର୍ମଘଟର ସର୍ବାଧିକ ପ୍ରଭାବ SBI, ବ୍ୟାଙ୍କ ଅଫ୍ ବରୋଦା (BoB), କାନାରା ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଏବଂ ୟୁନିୟନ ବ୍ୟାଙ୍କ ଭଳି ସରକାରୀ ବ୍ୟାଙ୍କ ଗୁଡ଼ିକ ଉପରେ ପଡ଼ିବ। ଏହି ବ୍ୟାଙ୍କ ଗୁଡ଼ିକର କର୍ମଚାରୀମାନେ ଧର୍ମଘଟରେ ସାମିଲ ହେଉଛନ୍ତି।

ଘରୋଇ ବ୍ୟାଙ୍କ (Private Banks): HDFC, ICICI, Axis ଏବଂ କୋଟାକ୍ ମହିନ୍ଦ୍ରା ଭଳି ଘରୋଇ ବ୍ୟାଙ୍କ ଗୁଡ଼ିକରେ କାମ ସ୍ୱାଭାବିକ ରହିବାର ସମ୍ଭାବନା ଅଧିକ।

You might also like