ସ୍ପେସ୍‌ ଷ୍ଟେଶନକୁ ଯାଇଥିବା ଶୁଭାଂଶୁ ଶୁକ୍ଳା କେବେ ପୃଥିବୀକୁ ଫେରିବେ? 

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ଯାଇଥିବା ଆକ୍ସମ୍-୪ ମିସନର ଅବଧି ୪ ଦିନ ବୃଦ୍ଧି ପାଇଛି। ଫଳରେ ଶୁଭାଂଶୁ ଶୁକ୍ଳା ଓ ତାଙ୍କ ସହକର୍ମୀମାନେ ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ପୃଥିବୀକୁ ଫେରିବେ ନାହିଁ। ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍‌ଏ) ଅନୁଯାୟୀ ମହାକାଶଚାରୀମାନେ ଅତିକମ୍‌ରେ ଜୁଲାଇ ୧୪ ପର୍ଯ୍ୟନ୍ତ ଅଭିଯାନ ଜାରି ରଖିବେ। ତେବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ଳାଙ୍କ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ନେଇ କୌଣସି ସୂଚନା ଦେଇନାହିଁ। ଶୁଭାଂଶୁ ଶୁକ୍ଲାଙ୍କ ସହିତ, ଏହି ମିଶନରେ ଆମେରିକୀୟ ମହାକାଶଚାରୀ ପେଗି ହ୍ବିଟସନ (କମାଣ୍ଡର), ପୋଲାଣ୍ଡର ସ୍ଲାଭୋସ ଉଜନାନସ୍କି-ୱିସନିୱସ୍କି ଏବଂ ହଙ୍ଗେରିର ଟିବୋର୍‌ କାପୁ ସାମିଲ ଅଛନ୍ତି। ଦଳ ଜୁନ ୨୫ ତାରିଖରେ ସ୍ପେସଏକ୍ସର ‘ଡ୍ରାଗନ ଗ୍ରେସ’ କ୍ୟାପସଲ୍‌ରେ ଏକ ଫାଲକନ ରକେଟ୍‌ରେ ଯାତ୍ରା କରିଥିଲେ ଏବଂ ୨୬ ତାରିଖରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) ସହିତ ସଫଳତାର ସହିତ ସଂଯୋଗ କରିଥିଲା।ଇଏସ୍ଏ କହିଛି, ତାରିଖ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ଏବଂ ଏହା ଡ୍ରାଗନ୍ ମହାକାଶଯାନର ପୁନରୁଦ୍ଧାର ଉପରେ ନିର୍ଭର କରେ। ପ୍ରଥମେ ଜୁଲାଇ ୧୦ ତାରିଖରେ ଦଳ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବାର ଥିଲା, କିନ୍ତୁ ଇଏସ୍ଏ ସ୍ପଷ୍ଟ ସମୟସୀମା ବିନା ସ୍ଥଗିତ ଘୋଷଣା କରିବା ପାଇଁ ଏହା ନିଜ ୱେବ୍‌ସାଇଟ୍‌ରେ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦର୍ଶାଇଛି।

You might also like